ମାଓବାଦୀମାନେ ଏବେ ରକ୍ତମୁଖା ; ବିଜେପି ନେତାଙ୍କ ଘର ଉଡ଼ାଇଲେ ମାଓବାଦୀ

Straight to the Point

ବିହାର: ସାଧାରଣ ନିର୍ବାଚନକୁ ବିରୋଧ କରୁଥିବା ମାଓବାଦୀମାନେ ଏବେ ରକ୍ତମୁଖା ହୋଇପଡ଼ିଛନ୍ତି। ଓଡ଼ିଶା, ଛତିଶଗଡ଼ ସୀମାରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇ ଆସୁଥିବାବେଳେ ବିହାରରେ ଜଣେ ବିଜେପି ନେତାଙ୍କ ଘର ଉପରେ ବଡ଼ ଧରଣର ଆକ୍ରମଣ କରିଛନ୍ତି। ବିଜେପି ନେତା ଅନୁଜ କୁମାର ସିଂହଙ୍କ ଡୁମରିଆସ୍ଥିତ ବାସଭବନକୁ ଟାର୍ଗେଟ କରି ବିସ୍ଫୋରଣ କରିଛନ୍ତି।

ବୁଧବାର ବିଳମ୍ବିତ ରାତିରେ ହୋଇଥିବା ଏହି ବିସ୍ଫୋରଣ ଫଳରେ ଘରର ଅନେକ ଅଂଶ ଉଡିଯାଇଛି। ଆକ୍ରମଣ ପରେ ମାଓବାଦୀମାନେ ସେଠାରେ ଏକ ପୋଷ୍ଟର ଲଗାଇଛନ୍ତି। ନିର୍ବଚାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟରରେ ଦାବି କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇଥିବା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

error: Thank You Keep Visiting