ଢାକା:୨୨ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୫ ମୃତ ଘଟିଛି, ୬୦ରୁ ଅଧିକ ଆହତ

Straight to the Point

ଢାକା : ବାଂଲାଦେଶର ରାଜଧାନୀ ଢାକାର ବନାନୀ ଅଞ୍ଚଳରେ ଥିବା ଏକ ୨୨ ମହଲା କୋଠାରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଅନ୍ୟୁନ ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୬୦ରୁ ଅଧିକ ଆହତ ହୋଇଛନ୍ତି। ନିଅାଁ ଲିଭାଇବା ପାଇଁ ବାୟୁ ସେନା ଏବଂ ନୌ ସେନା ଯବାନଙ୍କୁ ମୁତୟନ କରାଯାଇଛି। ସୂଚନା ଅନୁସାରେ ଅପରାହ୍ଣ ପ୍ରାୟ ୧୨ଟା ୫୨ ସମୟରେ ବନାନୀ ଅଞ୍ଚଳସ୍ଥିତ ଏକ ୨୨ ମହଲା କୋଠାର କେତେକ ମହଲାରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା। ଚାହୁଁଚାହୁଁ ନିଆଁ ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା। ଜୀବନ ବଞ୍ଚାଇବା ପାଇଁ କେତେକ ଲୋକ କୋଠାରୁ ତଳକୁ ଡେଇଁ ଆହତ ହୋଇଛନ୍ତି।

ଜଳନ୍ତା ଅବସ୍ଥାରେ ୬ ଜଣ ତଳକୁ ଡେଇଁ ପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲିକପ୍ଟର ଯୋଗେ ଜଳୁଥିବା କୋଠା ଉପରେ ପାଣି ଢଳାଯାଇଛି। ଉପର ମହଲାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅଭିଯାନ ଚଳାଯାଇଛି। ଅଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ୨୨ ପ୍ଲାଟୁନ୍‍ ଅଗ୍ନିଶମ ଦଳ ଓ ଦମକଳ ଗାଡ଼ି ମୁତୟନ କରାଯାଇଛି। ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ିନାହିଁ। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

error: Thank You Keep Visiting