ବହୁଶ୍ରୀଘ୍ର କଂଗ୍ରେସରେ ଯୋଗ ଦେବି : ଶତ୍ରୁଘ୍ନ ସିହ୍ନା

Straight to the Point

ନୂଆଦିଲ୍ଲୀ : ବିଜେପି ଅସନ୍ତୁଷ୍ଟ ନେତା ଶତ୍ରୁଘ୍ନ ସିହ୍ନା ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। କଂଗ୍ରେସ ନେତା ଶକ୍ତି ସିଂହ ଗୋହିଲ ଟୁଇଟ କରି ଜଣାଇଛନ୍ତି। ବହୁଶ୍ରୀଘ୍ର କଂଗ୍ରେସରେ ଯୋଗ ଦେବି ବୋଲି ଶତ୍ରୁଘ୍ନ ସିହ୍ନା କହିଛନ୍ତି। ସବୁସମୟରେ ଶତ୍ରୁଘ୍ନ ସତ କହି ଆସିଛନ୍ତି, ରାଷ୍ଟ୍ର ହିତ ପାଇଁ କଂଗ୍ରେସ ସହ ହାତ ମିଳାଇବାକୁ ଯାଉଛନ୍ତି ବୋଲି, କଂଗ୍ରେସ ନେତା ଶକ୍ତ ସିଂହ ଗୋହିଲ ଟୁଇଟ କରି ଜଣାଇଛନ୍ତି।

ସେ ଆହୁରି କହିଛନ୍ତି ପରିସ୍ଥିତି ଯାହା ହେଉନା କାହିଁକି ମୁଁ ବିହାର ପଟନାସାହିବରୁ ନିର୍ବାଚନ ଲଢିବି। ସୂଚନାଯୋଗ୍ୟ ଯେ ସାସଂଦ ଶତ୍ରୁଘ୍ନ ସିହ୍ନା ମାର୍ଚ୍ଚ ୨୮ ତାରିଖରେ କଂଗ୍ରେସ ସହ ହାତ ମିଶାଇବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ବିଜେପିରୁ ପାଟନାସାହିବ ଟିକେଟ କଟିବା ପରେ ଶତ୍ରୁଘ୍ନ କଂଗ୍ରେସ ଯୋଗ ଦେବେ ବୋଲି ଜଣାପଡିଥିଲା।

error: Thank You Keep Visiting