ମୁମ୍ବଇର ଲୋକସଭା ଆସନରୁ ନିର୍ବାଚନ ଲଢିବେ ଅଭିନେତ୍ରୀ ଊର୍ମିଳା
ମୁମ୍ବଇ : କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ ଅଭିନେତ୍ରୀ ଊର୍ମିଳା ମତୋଣ୍ଡକର ଉତ୍ତର ମୁମ୍ବଇର ଲୋକସଭା ଆସନର ନିର୍ବାଚନ ଲଢିବେ। ଶୁକ୍ରବାର କଂଗ୍ରେସ ତାଙ୍କୁ ଏହି ଆସନ ପାଇଁ ଟିକଟ ଦେଇଛି। ବିଜେପି ସାଂସଦ ଗୋପାଳ ସେଟ୍ଟିଙ୍କ ସହିତ ତାଙ୍କର ପ୍ରତିଦ୍ବନ୍ଦ୍ବିତା ହେବ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ମୁମ୍ବଇ ମୁଖ୍ୟ ମିଲିନ୍ଦ ଦେଓରା, ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଓ ରଣଦୀପ ସୂରଜୱାଲାଙ୍କ ଉପସ୍ଥିତିରେ ଊର୍ମିଳା ବୁଧବାର କଂଗ୍ରେସରେ ଯୋଗଦେଇଥିଲେ।