ଆଉ ୫ଟି ସହରରେ ମେଟ୍ରୋ ପ୍ରକଳ୍ପ ପାଇଁ ମଞ୍ଜୁରୀ

Straight to the Point

ନୂଆଦିଲ୍ଲୀ : ଦେଶରେ ଆଉ ୫ଟି ସହରରେ ମେଟ୍ରୋ ପ୍ରକଳ୍ପ  ଆରମ୍ଭ କରିବାକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି ।  କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଇନ୍ଦୋର, ଭୋପାଳ, ଆଗ୍ରା ଓ ଦିଲ୍ଲୀରେ ମେଟ୍ରୋ ପ୍ରକଳ୍ପ ପାଇଁ ଅନୁମତି ଦେଇଛନ୍ତି ।  ଏଥିପାଇଁ ପ୍ରାୟ ୧.୦୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ  ହେବ ।

ଦିଲ୍ଲୀ- ମିରଟ୍‌ ନୂଆ ରେଳ ପ୍ରକଳ୍ପପାଇଁ ୩୨ ହଜାର କୋଟି ଟଙ୍କା  ବ୍ୟୟ ବରାଦ କରାଯାଇଛି ।  ଏଠାରେ ବି ଆର୍‌ଆର୍‌ଟିଏସ୍‌ ବା ଦୃତ ରେଳ ଚଳା ଚଳ ବ୍ୟବସ୍ଥା କରାଯିବା ପାଇଁ ଯୋଜନା କରାଯାଇଛି ।

କାନପୁରରେ ଦୁଇଟି ମେଟ୍ରୋ କରିଡର୍‌ ହେବ । ପ୍ରଥମଟି ୩୨.୩୮ କିଲୋମିଟରର ମେଟ୍ରୋ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଛି । ଏଥିପାଇଁ ପ୍ରାୟ ୧୬,୧୯୨ କୋଟି ଟଙ୍କା ଖର୍ଚ୍ଚ ହେବ । ଦ୍ୱିତୀୟ ମେଟ୍ରୋ ପ୍ରକଳ୍ପ ୩୦ କିଲୋମିଟର ଲମ୍ବ ଏଥିପାଇଁ ୧୨,୨୫୩ କୋଟି ଟଙ୍କା ଖର୍ଚ୍ଚ ହେବ ।

ସେହିପରି ମଧ୍ୟପ୍ରଦେଶର ଭୋପାଳରେ  ୯୫.୦୩ କିଲୋମିଟର ଲମ୍ବର ମେଟ୍ରୋ ପ୍ରକଳ୍ପ ହେବ ଏଥିପାଇଁ ୨୨ହଜାର ୫୦୪.୨୫ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଇନ୍ଦୋରରେ ୧୦୫ କିଲୋମିଟର ପାଇଁ ମେଟ୍ରୋ ରେଳ ପ୍ରକଳ୍ପ ହେବ ଏଥିପାଇଁ ୨୬ହଜାର ୭୬୨ କୋଟି ଟଙ୍କା ଖର୍ଚ୍ଚ ହେବ ।

error: Thank You Keep Visiting