ଯେତେବେଳେ ଭାରତ ଶତ୍ରୁମାନଙ୍କ ଉପରେ ଆକ୍ରମଣ କରୁଛି ସେତେବେଳେ ଭାରତ ମଧ୍ୟରେ କିଛି ଲୋକ କାନ୍ଦୁଛନ୍ତି:ପ୍ରଧାନମନ୍ତ୍ରୀ

Straight to the Point

ଉତରପ୍ରଦେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତର ପ୍ରଦେଶର ଅମରୋହା ଓ ସାହରନପୁର ଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ସେ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ, ସପା ଓ ବସପା ମେଂଟକୁ ନେଇ ଖୁବ ପ୍ରହାର କରିଛନ୍ତି । ସେ କହିଛନ୍ତି ଯେ ଗତ ପାଂଚ ବର୍ଷରେ ଯେପରି ଭାବରେ ଆପଣ ଏହି ଚୌକିଦାର ସହ ଠିଆ ହୋଇଛନ୍ତି , ସେଥି ପାଇଁ ମୁଁ ଆପଣଙ୍କ ସମ୍ମୁଖରେ ବିନମ୍ରତାର ସହ ମୁଁଣ୍ଡ ନୁଆଁଇ ନମନ କରୁଛି । ଗତ କାଲି ହିଁ ଆପଣଙ୍କର ପ୍ରଧାନସେବକକୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ଜାୟଦ ମେଡଲ ଦେବାର ଘୋଷଣା କରା ଯାଇଛି । ମୁଁ ୟୁଏଇ ସରକାର ଓ ସେଠାକାର ଲୋକଙ୍କୁ ଧନ୍ୟବାଦ ଦେଉଛି । ଏହା କେବଳ ମୋର ନୁହେଁ ୧୩୦ କୋଟି ଭାରତୀୟଙ୍କର ସମ୍ମାନ ଅଟେ । ଆପଣଙ୍କର ଏହି ଚୌକିଦାର ପାଇଁ ଚାଷୀ ହେଉ ବା ଜବାନ ବା ଯୁବକ ସମସ୍ତଙ୍କୁ ସୁରକ୍ଷା, ସମୃଦ୍ଧି ଓ ସମ୍ମାନ ହେଉଛି ଧ୍ୟେୟ ରହିଛି । ଏଠାରେ ତ ବୋଟି ବୋଟି କରିବାକୁ ଧମକ ଦେଉଥିବା ଲୋକ ମଧ୍ୟ ରହିଛନ୍ତି । ଆମେ ବେଟି ବେଟି ର ସୁରକ୍ଷା ଓ ସମ୍ମାନ ପାଇଁ କାମ କରୁଥିବା ଲୋକ । ମଜବୁତ ସରକାର ହିଁ କଡା ଓ ବଡ ନିଷ୍ପତି ନେଇ ପାରିବ ଓ ଦେଶକୁ ଆଗକୁ ବଢାଇ ପାରିବ । ଦେଶ ପାଇଁ ମଜବୁତ ସରକାର ହେବା ଜରୁରୀ । ଦେଶକୁ ଆଗକୁ ବଢାଇବାକୁ ହେବ ଓ ଆମକୁ ମିଳି ମିଶି ଆଗକୁ ଯିବାକୁ ହେବ । ଆତଙ୍କବାଦୀ ମାନଙ୍କୁ ତାଙ୍କ ଭାଷାରେ ଉଚ୍ଛର ଦେବା କିଛି ଲୋକଙ୍କୁ ପସନ୍ଦ ଆସୁ ନାହିଁ । ଯେତେବେଳେ ଭାରତ ଶତ୍ରୁ ମାନଙ୍କ ଉପରେ ଆକ୍ରମଣ କରୁଛି ସେତେବେଳେ କିଛି ଲୋକ ଭାରତରେ କାନ୍ଦୁଛନ୍ତି । ଯେତେବେଳେ ପାକିସ୍ତାନ ଉପରୁ ସମଗ୍ର ବିଶ୍ୱରେ ପରଦା ଉଠୁଛି, ସେତେବେଳେ ପାକିସ୍ତାନ ପକ୍ଷରେ ସେମାନେ କହୁଛନ୍ତି ଓ ସେଠାରେ ହିରୋ ହେଉଛନ୍ତି । ଆଜି ଆତଙ୍କବାଦୀ ମାନଙ୍କୁ ଜଣା ଅଛି ଯେ ସେମାନେ କୌଣସି ଭୁଲ କଲେ ମୋଦି ସେମାନଙ୍କୁ ପାତାଳରୁ ଖୋଜି ଦଣ୍ଡ ଦେବ । ମୋଦି ଆତଙ୍କର ଭୋଟବ୍ୟାଙ୍କ ଆଧାରରେ ମାପ କରେ ନାହିଁ, ଏହି କାରଣରୁ ଆତଙ୍କର ସହାୟତା କରୁଥିବା ଲୋକ ମାନେ ଏବେ ଜେଲରେ ଅଛନ୍ତି ବୋଲି ସେ କହିଛନ୍ତି ।

ଭୋଟ ବ୍ୟାଙ୍କ ରାଜନୀତି ଦେଶକୁ ଖୁବ କ୍ଷତି କରିଛି । ଯେତେବେଳେ ଦିଲ୍ଲୀରେ କଂଗ୍ରେସ – ଏସପି- ବିଏସପିର ସରକାର ଥିଲା ସେତେବେଳେ ଏହାର ପ୍ରୟୋଗ ସେମାନେ ମୁଜାଫରପୁରରେ ମଧ୍ୟ କରିଥିଲେ । ମନେ କରନ୍ତୁ କିପରି ଜାତି- ପାତି ଓ ସଂପ୍ରଦାୟ ଆଧାରରେ କେତେ କେତେ କଷ୍ଟ ଦିଆ ଯାଇଥିଲା । ଶାମଲି, କୈରାନାର ସେହି ମଡେଲ ଯେତେବେଳେ ଘର ମାନଙ୍କରେ, ଦୋକାନରେ କବଜା କରୁଥିବା ଗୋଷ୍ଠୀ ଖୋଲା ଖୋଲି ଭାବେ ଘୁରି ବୁଲୁଥିଲେ, ସେତେବେଳେ ନିଜର ରାଜନୈତିକ ଲାଭ ପାଇଁ ପୀଉସୀ -ପୁତୁରା ଏହାକୁ ଭୁଲି ଯାଇଥିଲେ, ହେଲେ ଉତର ପ୍ରଦେଶର ନାଗରିକ ମାନେ ଏହାକୁ ଭୁଲି ପାରିବେ ନାହିଁ ।
କଂଗ୍ରେସ ନିଜର ଫମ୍ପାପତ୍ର (ନିର୍ବାଚନ ଇସ୍ତାହାର)ରେ ଯାହା ଲେଖିଛି, ତାହାର ମାନେ ଏୟା ଯେ ଝିଅ ମାନଙ୍କ ସହ ରାକ୍ଷସ ଭଳି ଅପରାଧ କରୁଥିବା ଲୋକଙ୍କୁ ବର୍ତମାନ ଆଉ ଜେଲ୍ ଯିବାକୁ ପଡିବନି । ସେମାନଙ୍କୁ ଜାମିନ୍ ଦେଇଦିଆଯିବ । ଏଭଳି ଚିନ୍ତାଧାରାବାଲାଙ୍କୁ ଲୋକ କ୍ଷମା କରିବେ କି ? ଉତର ପ୍ରଦେଶର ନାଗରିକ କ୍ଷମା କରିବେ କି ?ବୋଲି ସେ ପ୍ରଶ୍ନ କରିଛନ୍ତି ।

ସପା-ବସପାର କାମ ମିଲ୍ ଓ କାରଖାନା ବନ୍ଦ କରିବାର ଥିଲା ଆଉ ଆମର ସେଗୁଡିକୁ ଖୋଲିବାର । କେବଳ ଗୋଟିଏ ପରିବାରର ପରିଚୟ ଓ ପ୍ରତିଷ୍ଠା ତିଆରି କରିବାପାଇଁ ,ଗୋଟିଏ ପରିବାରର ସ୍ୱାର୍ଥ ସିଦ୍ଧି ପାଇଁ କଂଗ୍ରେସ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କର ମଧ୍ୟ ଅପମାନ କରିଥିଲା । ଏହା ତ ଭୋଟ୍ ବ୍ୟାଙ୍କର ବାଧ୍ୟତା ଯେ କଂଗ୍ରେସ ବାବା ସାହେବଙ୍କ ନାଁ ନେଉଛି ,ନହେଲେ କଂଗ୍ରେସ ତ ବାବା ସାହେବଙ୍କ ଫଟୋକୁ ବି ସଂସଦରେ ଲଗାଇବାକୁ ଦେଇ ନଥିଲା । ଯେଉଁମାନେ ବାବା ସାହେବଙ୍କ ଅପମାନ କରିଥିଲେ ସେହି କଂଗ୍ରେସର ନେତା ଚୌକିଦାରକୁ ଶୌଚାଳୟର ଚୌକିଦାର କହୁଛନ୍ତି । ମୋ ପାଇଁ ତ ଏହା ସମ୍ମାନ ଅଟେ । କିନ୍ତୁ ସଫା ସୁତରା କାମ ସହିତ ଜଡିତ କୋଟି କୋଟି ଚୌକିଦାରଙ୍କ ପ୍ରତି ଏହା ଅପମାନ ।

ମୁଁ ଆମ ମୁସଲିମ୍ ଭଉଣୀ ଓ ଝିଅ ମାନଙ୍କୁ ସ୍ପଷ୍ଟ କହିବାକୁ ଚାହୁଛି ଯେ କଂଗ୍ରେସ, ସପା ଓ ବସପାର ସରକାରରେ ମୁସଲିମ୍ ମହିଳାମାନଙ୍କୁ ଶୋଷଣ ଜାରୀ ରହିବ ସେମାନେ ତ୍ରିପଲ ତଲାକ୍ ବିରୁଦ୍ଧ ଆଇନ୍ କୁ କେବେ ବି ଅନୁମତି ଦେବେନି ଏବଂ ଏହା ସୁନିଶ୍ଚିନ୍ତ କରିବେ ଯେ ଆମେ ଯେଉଁ ଅଧ୍ୟାଦେଶ ଆଣିବୁ ତାକୁ ବି ପାରିତ କରିବେନି ।
ଉତରପ୍ରଦେଶର ଜନତାଙ୍କ ଗୋଟିଏ ଗୋଟିଏ ଭୋଟ୍ ସେହି ମହାମିଲାବଟି ଲୋକଙ୍କ ପାଇଁ ସବୁଠାରୁ ଦୃଢ ଜବାବ୍ ହେବ, ଯେଉଁମାନେ କି ବିକାଶର ରାଜନୀତିରେ ନୁହେଁ ବରଂ ଭୋଟ୍ ବ୍ୟାଙ୍କ୍ ର ରାଜନୀତିରେ ଭରସା ରହିଛନ୍ତି । ଯେତେବେଳେ ଆପଣ ମତଦାନ କରିବେ ଏହା ମନେ ରଖିବେ ଯେ ଭାଜପାକୁ ଦିଆଯାଇଥିବା ଗୋଟିଏ ଗୋଟିଏ ଭୋଟ୍ ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ ।
ଆପଣଙ୍କ ଗୋଟିଏ ଗୋଟିଏ ଭୋଟ୍ ପରିଶ୍ରମୀ ବ୍ୟବସାୟୀମାନଙ୍କୁ ଅପରାଧୀ ଓ ମାଫିଆମାନଙ୍କ ଠାରୁ ବଂଚାଇବ । ଚାଷୀଙ୍କ ପାଇଁ ଖୁସି ଆଣିବ । ଶ୍ରମିକମାନଙ୍କୁ ବଂଚିବାର ସମ୍ମାନ ଦେବ । ଯୁବକମାନଙ୍କ ସ୍ୱପ୍ନ ଓ ଆକାଙକ୍ଷାକୁ ପୂରଣ କରିବ । ଆମ ସେନାର ମନୋବଳ ବୃଦ୍ଧି କରିବ । ଆପଣଙ୍କ ଗୋଟିଏ ଗୋଟିଏ ଭୋଟ୍ ହିଂସା ବଦଳରେ ଦେଶରେ ଶାନ୍ତି ର ବାତାବରଣ ତିଆରି କରିବ । ଆମର ମହାନ ସ୍ୱତନ୍ତ୍ରତା ସେନାନୀଙ୍କର ସ୍ୱପ୍ନକୁ ପୂରଣ କରିବ । ନୂଆ ଭାରତର ସ୍ୱପ୍ନକୁ ଡେଣା ଲଗାଇବ ।

error: Thank You Keep Visiting