ମୋଦୀ ଏକଛତ୍ରବାଦ ଶାସକ ଆଡଲଫ ହିଟ୍‍ଲରଙ୍କୁ ବଳି ଯାଇଛନ୍ତି

Straight to the Point

କଲକାତା : ନିର୍ବାଚନୀ ପ୍ରଚାରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‍ସି ନେତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମମତା କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଦଙ୍ଗା ଓ ହିଂସା ରାସ୍ତାରେ ରାଜନୀତିକୁ ଆସିଛନ୍ତି। ଏପରିକି ସେ ଜର୍ମାନୀର ଏକଛତ୍ରବାଦ ଶାସକ ଆଡଲଫ ହିଟ୍‍ଲରଙ୍କୁ ବଳି ଯାଇଛନ୍ତି। ଏବେ ହିଟ୍‍ଲର ଜୀବିତ ଥିଲେ ମୋଦୀଙ୍କ ଗତିବିଧି (କାର୍ଯ୍ୟକଳାପ) ଦେଖି ଆତ୍ମହତ୍ୟା କରିଦେଇଥାନ୍ତେ। ସେହିପରି କଂଗ୍ରେସ ନିଜ ଦମରେ କେନ୍ଦ୍ରରେ ସରକାର କରିପାରିବ ନାହିଁ ବୋଲି ମମତା କହିଛନ୍ତି।

ପଶ୍ଚିମବଙ୍ଗର ରାୟଗଂଜରେ ଆୟୋଜିତ ସାଧାରଣ ସଭାରେ ମମତା କହିଛନ୍ତି ଯେ ଦେଶର ସର୍ବପୁରାତନ ଦଳ କଂଗ୍ରେସ ଲୋକଙ୍କ ଆଶା ପୂରଣ କରିବାରେ ବିଫଳ ରହିବାରୁ ବିଜେପିର ଉତ୍ଥାନ ଘଟିଲା। ମୋଦୀ ଦଙ୍ଗା ଓ ନରସଂହାର ମାଧ୍ୟମରେ ରାଜନୀତିକୁ ଆସିଛନ୍ତି। ସେ ଫାଶୀବାଦର ରାଜା ଅଟନ୍ତି। କେନ୍ଦ୍ରରେ ସରକାର ଗଠନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଅନ୍ୟମାନଙ୍କ ସହଯୋଗ ଭିକ୍ଷା କରିବାକୁ ପଡ଼ିବ। ମୋଦୀଙ୍କୁ ହଟାଇବା ପାଇଁ ସବୁ ରାଜ୍ୟରେ ମେଣ୍ଟ କରାଯାଇଛି।

ମୋଦୀଙ୍କୁ କ୍ଷମତାରୁ ବାହାର କରିବା ପରେ ସବୁ ମିଶି ଏକ ନୂଆ ଭାରତ ନିର୍ମାଣ ପାଇଁ କାମ କରିବେ। ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଟିଏମ୍‍ସି ନିଜ ଲଢାଇ ଜାରି ରଖିବ। ମମତାଙ୍କ ପ୍ରଚାର ପରେ ବି ପଶ୍ଚିମବଙ୍ଗରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ବିଭିନ୍ନ ରାଜନୈତିକ ସର୍ବେକ୍ଷଣରୁ ଅନୁମାନ କରାଯାଇଛି। ଫଳରେ ମମତା ବାନାର୍ଜୀ ମାନସିକ ଭାରସାମ୍ୟ ହରାଇ ପ୍ରଧାନମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି।

error: Thank You Keep Visiting