ଆମେଠିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ

An Independent Media

ଆମେଠି: ଉତ୍ତର ପ୍ରଦେଶରେ କଂଗ୍ରେସର ଗଡ଼ କୁହାଯାଉଥିବା ଆମେଠିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପୂର୍ବରୁ ରାହୁଲ ଏକ ବିଶାଳ ରୋଡ୍‌ ଶୋ’ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ରୋଡ୍‌ ଶୋ’ରେ ହଜାର ହଜାର ସଂଖ୍ୟାରେ ସମର୍ଥକ ସାମିଲ ହୋଇଥିଲେ। ଏପରି କି ରୋଡ୍‌ ଶୋ’ ସମୟରେ ସମର୍ଥକମାନେ ଫୁଲ ପକାଇ ତାଙ୍କର ସ୍ବାଗତ କରିଥିଲେ। ରୋଡ୍‌ ଶୋ’ରେ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ତାଙ୍କ ସ୍ବାମୀ ରବର୍ଟ ଭଦ୍ରା ସାମିଲ ହୋଇଥିଲେ। ପରେ ରାହୁଲ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପୂର୍ବରୁ ସେ ୱାୟନାଡ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି। ତେବେ ରାହୁଲ ୨ଟି ଜାଗାରୁ ନିର୍ବାଚନ ଲଢୁଥିବାରୁ ବିଜେପି କଡ଼ା ସମାଲୋଚନା କରିଛି। ଆମେଠିରୁ ବିଜେପିରୁ ସ୍ମୃତି ଇରାନୀ ପ୍ରାର୍ଥୀ ହୋଇଥିବାରୁ ରାହୁଲ ତାଙ୍କୁ ଡରି ହାରିଯିବା ଭୟରେ ୱାୟନାଡରୁ ନିର୍ବାଚନ ଲଢ଼ୁଥିବା ବିଜେପି ପକ୍ଷରୁ କୁହାଯାଇଛି।

error: Thank You Keep Visiting