ଯଦି କଂଗ୍ରେସ କ୍ଷମତାକୁ ଆସିବ, ତାହେଲେ ବିଜେପିକୁ ଡରି କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବାକୁ ପଛାଇବ : ଇମରାନ

An Independent Media

ଇସଲାମାବାଦ: ଭାରତରେ ନିର୍ବାଚନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ ଶାନ୍ତି ଆଲୋଚନା ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ଇମରାନ କହିଛନ୍ତି, ଭାରତରେ ହେବାକୁ ଥିବା ନିର୍ବାଚନରେ ଯଦି ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତା’ହେଲେ ଭାରତ-ପାକ୍‌ ମଧ୍ୟରେ ଶାନ୍ତି ଆଲୋଚନା ଆଶା ଉଜ୍ଜ୍ଵଳ ହେବ। ଏହାର କାରଣ ଦର୍ଶାଇ ସେ କହିଛନ୍ତି, ଯଦି କଂଗ୍ରେସ କ୍ଷମତାକୁ ଆସିବ, ତାହେଲେ ବିଜେପିକୁ ଡରି କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବାକୁ ପଛାଇବ।

ସାମ୍ବାଦିକମାନଙ୍କ ସହ କଥା ହେବା ବେଳେ ଇମରାନ ମୋଦୀଙ୍କ ବିରୋଧରେ ମଧ୍ୟ କେତେକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ମୋଦୀଙ୍କ କାର୍ଯ୍ୟକାଳ ସମୟରେ କେବଳ କାଶ୍ମୀର ନୁହେଁ, ପୂରା ଭାରତରେ ମୁସଲମାନମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ବର୍ତ୍ତମାନ ଭାରତରେ ଯାହାସବୁ ହେଉଛି ତାହା ହେବ ବୋଲି ମୁଁ କେବେ ଭାବି ନ ଥିଲି। ମୁସଲିମ ବିଚାରାଧାରା ଉପରେ ଆକ୍ରମଣ କରାଯାଉଛି। କିଛି ବର୍ଷ ତଳେ ଭାରତୀୟ ମୁସଲମାନମାନେ ନିଜର ସ୍ଥିତିକୁ ନେଇ ଖୁସି ଥିଲେ। କିନ୍ତୁ ଆଜି ଚରମପନ୍ଥୀ ହିନ୍ଦୁ ରାଷ୍ଟ୍ରବାଦକୁ ନେଇ ସେମାନେ ଚିନ୍ତିତ ରହିଛନ୍ତି।  ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଭଳି ରାଷ୍ଟ୍ରବାଦୀ ଭାବନା ଆଧରରେ ନିର୍ବାଚନ ପ୍ରଚାର କରୁଛନ୍ତି।

error: Thank You Keep Visiting