ରାହୁଲ ଗାନ୍ଧୀଙ୍କ ଗଡ଼ ଅମେଠିରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବିଶାଳ ରୋଡ଼ ଶୋ’

Straight to the Point

ଲକ୍ଷ୍ନୌ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗଡ଼ ଅମେଠିରେ ଗୁରୁବାର ବିଜେପି ପ୍ରାର୍ଥିନୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବିଶାଳ ରୋଡ଼ ଶୋ’ରେ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଅମେଠି ଲୋକସଭା ଆସନରୁ ସ୍ମୃତି ଇରାନୀ ଦ୍ୱିତୀୟ ଥର ନିର୍ବାଚନ ଲଢୁଛନ୍ତି। ଏହି ଆସନରେ ଏସ୍‍ପି-ବିଏସ୍‍ପି ମେଣ୍ଟ କୌଣସି ପ୍ରାର୍ଥୀ ଦେଇ ନାହିଁ। ଫଳରେ ଏଠାରେ ସିଧାସଳଖ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ୩ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଏହି ରୋଡ଼ ଶୋ’ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ସାମିଲ ହୋଇଥିଲେ।

ଏହା ପୂର୍ବରୁ ସ୍ମୃତି ଇରାନୀ ରାୟବରେଲିସ୍ଥିତ ବିଜେପି କାର୍ଯ୍ୟାଳୟରେ ନିଜ ସ୍ୱାମୀ ଜୁବିନ ଇରାନୀଙ୍କ ପୂଜାର୍ଚ୍ଚନା କରିଥିଲେ। କାର୍ଯ୍ୟକ୍ରମ ଅନୁସାରେ ସ୍ମୃତି ଇରାନୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜ ନାମାଙ୍କନପତ୍ର ଦାଖଲ କରିଥିଲେ। ନାମାଙ୍କନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲିକପ୍ଟର ଯୋଗେ ଫରସତଗଞ୍ଜ ବିମାନ ଘାଟିରେ ପହଞ୍ଚିଥିଲେ। ସେଠାରେ ଦଳୀୟ କାର୍ଯ୍ୟାଳୟ ନିକଟ ଏକ ମନ୍ଦିରକୁ ଯାଇ ଯୋଗୀ ପୂଜାର୍ଚ୍ଚନା କରିଥିଲେ। ସେଠାରୁ ସେ ସିଧାସଳଖ ସ୍ମୃତିଙ୍କ ରୋଡ଼ ଶୋ’କୁ ଯାଇଥିଲେ।

ପ୍ରକାଶଯୋଗ୍ୟ ଯେ ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଅମେଠି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫ ଆସନରୁ ୪ଟିରେ ବିଜୟୀ ହୋଇଥିଲା। କଂଗ୍ରେସ ଗୋଟିଏ ବି ଆସନ ଜିତିପାରିନଥିଲା।

error: Thank You Keep Visiting