ନିତ୍ୟ ବ୍ୟବହାର ଦ୍ରବ୍ୟର ଦରଦାମ ବୃଦ୍ଧିରେ ପାକିସ୍ତାନ ଜନସାଧାରଣ ଅତିଷ୍ଠ

Straight to the Point

ନୂଆଦିଲ୍ଲୀ : ପାକିସ୍ତାନ ଜନସାଧାରଣଙ୍କ ପାଇଁ ବିଭିନ୍ନ ନିତ୍ୟ ବ୍ୟବହାର ଦ୍ରବ୍ୟର ଦରଦାମ ବୃଦ୍ଧି ଅତିଷ୍ଠ କରିଛି। ପନିପରିବା ଠାରୁ ଆରମ୍ଭ କରି ପେଟ୍ରୋଲ ଡିଜେଲ ପର୍ଯ୍ୟନ୍ତ ସମସ୍ତ ଦ୍ରବ୍ୟର ଦରଦାମ ବୃଦ୍ଧି ଦିନକୁ ଦିନ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସୂଚନା ମୁତାବକ କରାଚି ଦୁଗ୍ଧ ଉତ୍ପାଦ ବିକ୍ରୟ ସଂଘ (ଡାଏରି ଫାର୍ମ ଆସୋସିଏସନ) ଅଚାନକ କ୍ଷୀର ମୂଲ୍ୟ ଲିଟର ପିଛା ୨୩ ଟଙ୍କାରୁ ୧୨୦ଟଙ୍କା ବଢିଯାଇଛି। ତେଣୁ ବଜାରରେ କ୍ଷୀର ମୂଲ୍ୟ ୧୦୦ ଟଙ୍କାରୁ ୧୮୦ ପର୍ଯ୍ୟନ୍ତ ବିକ୍ରି କରାଯାଉଛି।

ପାକିସ୍ତାନ ଖବରକାଗଜ ‘ଡନ’ର ସୂଚନା ମୁତାବକ କ୍ଷୀର ମୂଲ୍ୟ ବୃଦ୍ଧି କରିବା ପାଇଁ ସଂଘ ବହୁବାର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନମିଳିବାରୁ ସଂଘ କ୍ଷୀର ଦାମ ବଢାଇବା ପାଇଁ ବାଧ୍ୟ ହୋଇଥିବା ସଂଘ କହିଛି। ଗାଈଙ୍କୁ ଖାଇବା ଚାରା ଏବଂ ଇନ୍ଧନ ବହୁଗୁଣା ବଢିଯାଇଛି, ଯାହା ଫଳରେ ଆମେ ଏହି ଦାମ ବଢାଇଛୁ ବୋଲି ସଂଘର ଜଣେ କର୍ମଚାରୀ କହିଛନ୍ତି।

ସେହିପରି ଏହି ଘଟଣାରେ ପ୍ରଶାସନ ସଂଘ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପକୁ ନିନ୍ଦା କରିବା ସହ ଅଧିକ ଦରରେ କ୍ଷୀର ବିକୁଥିବା ବେପାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ପ୍ରଶାସନ କ୍ଷୀର ଲିଟର ପିଛା ୯୪ ଟଙ୍କା ରଖିଛନ୍ତି। ଏହାପରେ ମଧ୍ୟ କ୍ଷୁଦ୍ର ବେପାରୀ ୧୦୦ରୁ ୧୮୦ ଟଙ୍କା ପର୍ଯ୍ୟନ୍ତ କ୍ଷୀର ବିକ୍ରି କରୁଥିବା ଜଣାପଡିଛି।

error: Thank You Keep Visiting