ଯୋଗୀ ଏବଂ ମାୟାବତୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‍ ଜାରି

An Independent Media

ନୂଆଦିଲ୍ଲୀ : ରାଜନୈତିକ ର‍୍ୟାଲି ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ  ନିର୍ବାଚନ କମିଶନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଏସ୍‍ପି ମୁଖ୍ୟ ମାୟାବତୀଙ୍କୁ ନୋଟିସ୍‍ ଜାରି କରିଛନ୍ତି ।

ଉଭୟଙ୍କୁ ଶୁକ୍ରବାର ସଂଧ୍ୟା ସୁଦ୍ଧା ଜବାବ୍‍ ଦେବା ପାଇଁ କୁହାଯାଇଛି।  ନିର୍ବାଚନ କମିଶନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସରେ କହିଛନ୍ତି ଯେ ଭୋଟ୍‍ ପାଇଁ କୌଣସି ଜାତିକୁ ନିବଦେନ କରିବା କିମ୍ବା ସାମ୍ପ୍ରଦାୟିକ ଭାବନା ସୃଷ୍ଟି କରିବା ଆଦର୍ଶ ଆଚରଣବିଧିକୁ ଉଲ୍ଲଙ୍ଘନ କରୁଛି।

ସୂଚନାଯୋଗ୍ୟ ମଙ୍ଗଳବାରଦିନ ମିରଟରେ ଏକ ନିର୍ବାଚନ ର‍୍ୟାଲିରେ ଯୋଗୀ ଆଦିତ୍ୟନାଥ ଉଦ୍‍ବୋଧନ ଦେବା ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ନିର୍ବାଚନ କମିଶନଙ୍କ ନଜରକୁ ଆସିଥିଲା। 

ସେହିପରି ବିଏସ୍‍ପି ମୁଖ୍ୟ ମାୟାବତୀଙ୍କୁ ନୋଟିସରେ କମିଶନ କହିଛନ୍ତି ଯେ, ଚଳିତମାସ ୭ ତାରିଖରେ ସାହରନପୁରଠାରେ ଏକ ଜନସଭାରେ ସେ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ କରିଥିବା ପ୍ରାଥମିକ ପ୍ରମାଣ ମିଳିଛି। ସୁଶ୍ରୀ ମାୟାବତୀ ତାଙ୍କ ଉଦ୍‍ବୋଧନରେ ଏକ ସମ୍ପ୍ରଦାୟକୁ ଭୋଟ୍‍ ପାଇଁ ନିବେଦନ କରିଥିବା ଅଭିଯୋଗ ହୋଇଥିଲା।

error: Thank You Keep Visiting