ରାଜ୍ ବବରଙ୍କୁ ଚପଲରେ ପିଟିବାକୁ ଧମକ ଦେଲେ ଗୁଡୁ ପଣ୍ଡିତ
ଲକ୍ଷ୍ନୌ: ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବିଏସପିର ଜଣେ ପ୍ରାର୍ଥୀ ଗୁଡୁ ପଣ୍ଡିତ। ସେ କଂଗ୍ରେସ ନେତା ରାଜ୍ ବବରଙ୍କୁ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଉତ୍ତରପ୍ରଦେଶର ଫତେପୁର ସିକ୍ରିଠାରେ ଗୁଡୁ ପଣ୍ଡିତ ଗଣମାଧ୍ୟମ ଆଗରେ ମନ୍ତବ୍ୟ ଦେବା ସମୟରେ ରାଜ୍ ବବରଙ୍କୁ ଗାଳିଗୁଲଜ କରିଥିଲେ। ବବର ଏବଂ ତାଙ୍କ ସମର୍ଥକଙ୍କୁ ନିସ୍ତୁକ ମାଡ଼ ମାରିବେ ବୋଲି କହିଥିଲେ। ଏପରି କି ତାଙ୍କୁ ଚପଲରେ ମାଡ଼ ମାରିବେ ବୋଲି କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟ ପାଇଁ କଂଗ୍ରେସ ତାଙ୍କୁ କଡ଼ା ସମାଲୋଚନା କରିଛି। ଗୁଡୁ ପଣ୍ଡିତ ପୂର୍ବରୁ ମଧ୍ୟ ଏଭଳି ଅନେକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି।