ମୋଦୀଙ୍କ ୫୬ ଇଞ୍ଚର ଛାତି ବୟାନକୁ ନେଇ ସମାଲୋଚନା କଲେ ରିତେଶ ଦେଶମୁଖ

Straight to the Point

ଲାଟୁର : ବଲିଉଡ଼ ଅଭିନେତା ରିତେଶ ଦେଶମୁଖ ମହାରାଷ୍ଟ୍ରର ଲାଟୁରଠାରେ ଆୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‍ କରିଛନ୍ତି। କଂଗ୍ରେସର ନିର୍ବାଚନୀ ସଭାରେ ଯୋଗ ଦେବା ଅବସରରେ ରିତେଶ ମୋଦୀଙ୍କ ୫୬ ଇଞ୍ଚର ଛାତି ବୟାନ ପାଇଁ ତାଙ୍କୁ ସମାଲୋଚନା କରିଛନ୍ତି। ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନିଜର ୫୬ଇଞ୍ଚର ଛାତି ଥିବା ଦାବି କରନ୍ତି। ମାତ୍ର ପ୍ରିୟଙ୍କା ଗାନ୍ଧୀ ଥରେ କହିଥିଲେ ଦେଶ ଚଳାଇବା ପାଇଁ ୫୬ଇଞ୍ଚର ଛାତି ନୁହେଁ ବରଂ ଗୋଟିଏ ଭଲ ହୃଦୟ ଥିବା ଆବଶ୍ୟକ”।

ମୋଦୀଙ୍କୁ ସମାଲୋଚନାପୂର୍ବକ ସେ ପୁନର୍ବାର କହିଛନ୍ତି, “ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ୫୬ ଇଞ୍ଚର ଛାତି କେମିତି ହୋଇପାରିବ? ଲୋକେ ୫୬ଇଞ୍ଚର ଆଲମାରୀ କିଣି ପାରିବେ ସତ ହେଲେ ୫୬ ଇଞ୍ଚର ଛାତି! ଦେଶର ଭବିଷ୍ୟତରେ ୫୬ ଇଞ୍ଚର ଛାତି କୌଣସି ପରିବର୍ତ୍ତନ ଆଣି ପାରିବନାହିଁ”। ଏହି ସଭାରେ ରିତେଶ ଅନେକ ପ୍ରସଙ୍ଗ ନେଇ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ରିତେଶ କହିଛନ୍ତି, “କେବଳ କଂଗ୍ରେସ ପାଇଁ ଆଜି ଲୋକଙ୍କ ପାଖରେ ମୋବାଇଲ ଫୋନ୍‍ ଅଛି। କମ୍ପ୍ୟୁଟର ମଧ୍ୟ କଂଗ୍ରେସର ହିଁ ଦାନ। ଦେଶ ବିଜେପି ନୁହେଁ ବରଂ କଂଗ୍ରେସ ପାଇଁ ସ୍ୱାଧୀନତା ହାସଲ କରିଛି”।

error: Thank You Keep Visiting