ମୋଦୀଙ୍କୁ ସମର୍ଥନ କରିବା ସହ ଭୋଟ ମାଗିଲେ ଯୋଗ ଗୁରୁ ରାମଦେବ

Straight to the Point

ନୂଆଦିଲ୍ଲୀ : ଯୋଗ ଗୁରୁ ରାମଦେବ କିଛି ମାସ ତଳେ ଦେଇଥିବା ନିଜ ବୟାନରୁ ୟୁ-ଟର୍ଣ୍ଣ ମାରିଛନ୍ତି। ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବା ସହ ତାଙ୍କ ପାଇଁ ଭୋଟ ମାଗିଛନ୍ତି। ରାଜସ୍ଥାନର ରାଜଧାନୀ ଜୟପୁରଠାରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ରାଜବର୍ଦ୍ଧନ ସିଂହ ରାଠୋରଙ୍କ ନାମାଙ୍କନପତ୍ର ଦାଖଲ ଅବସରରେ ମଙ୍ଗଳବାର ଦିନ ଆୟୋଜିତ ସାଧାରଣ ସଭାରେ ଉଦ୍‍ବୋଧନ ଦେଇ ରାମଦେବ ଏହା କହିଛନ୍ତି। ଏହି ସଭାରେ ୫୩ ବର୍ଷିୟ ରାମଦେବ କହିଥିଲେ ଯେ ବିଜେପିକୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦୀଙ୍କୁ ମଜଭୁତ କରନ୍ତୁ। ରାଜବର୍ଦ୍ଧନ ସିଂହ ରାଠୋର ଜୟପୁର ଗ୍ରାମୀଣ ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଭାଷଣ ଦେଇ ରାମଦେବ ବିଜେପି ପାଇଁ ଭୋଟ ମାଗିଥିଲେ। ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସେ ବିଜେପିର ପ୍ରଶଂସା କରିବା ସହ ମୋଦୀଙ୍କୁ ଭୋଟ ଦେଇ ପୁଣି ଥରେ ରାଷ୍ଟ୍ରକୁ ଶକ୍ତିଶାଳୀ କରିବାକୁ କହିଥିଲେ। ରାମଦେବ କଂଗ୍ରେସର ପ୍ରସ୍ତାବିତ ନ୍ୟାୟ ଯୋଜନାର ସମାଲୋଚନା କରିଥିଲେ। ଏବେ ନ୍ୟାୟ ସବୁ ବୁଥରେ ହେବ ଏବଂ ଜନତା ନ୍ୟାୟ ଦେବ ବୋଲି ସେ କହିଥିଲେ।

error: Thank You Keep Visiting