ନିଲମ୍ବିତ କର୍ମୀଙ୍କୁ ପୁନଃ ଦଳରେ ସାମିଲକୁ ନେଇ ପ୍ରଶ୍ନ ଓ ଅସନ୍ତୋଷ ବ୍ୟକ୍ତ କଲେ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା

Straight to the Point

ନୂଆଦିଲ୍ଲୀ : କଂଗ୍ରେସର ଜାତୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ବୁଧବାର ନିଜ ଦଳର ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି ଓ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ ସହ ଦୁର୍ବ୍ୟବହାର କରିଥିବା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ପୁଣି ଥରେ ଦଳରେ ସାମିଲ କରାଯିବାକୁ ସେ ବିରୋଧ କରିଛନ୍ତି। ଟ୍ୱିଟ୍‍ ଯୋଗେ ସେ ନିଜ ଅସନ୍ତୋଷ ପ୍ରକାଶ କରିବା ସହ ଦଳର ଏହି ନିଷ୍ପତ୍ତି ତାଙ୍କୁ ଅଧିକ କଷ୍ଟ ଦେଇଛି ବୋଲି ଲେଖିଛନ୍ତି।

ସେ ଟ୍ୱିଟ୍‍ କରିଛନ୍ତି ଯେ ରକ୍ତ ଏବଂ ଝାଳ ଦେଇଥିବା ଲୋକଙ୍କ ସ୍ଥାନରେ କେତେକ ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉଥିବା ଦେଖି ଦୁଃଖ ଲାଗୁଛି। ପୂର୍ବରୁ ମୁଁ ଦଳକୁ ପିଙ୍ଗାଯାଉଥିବା ପଥର ଏବଂ କୁଶବ୍ଦର ମାଡ଼ ସହିଛି। ହେଲେ ଏବେ ଦଳ ଭିତରେ ମୋ ସହ ଦୁର୍ବ୍ୟବହାର କରିଥିବା ଲୋକଙ୍କୁ ବିନା କାର୍ଯ୍ୟାନୁଷ୍ଠାନରେ ଛାଡ଼ିଦିଆଯିବା ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ।

error: Thank You Keep Visiting