ମନ୍ଦିର ଦର୍ଶନକୁ ନେଇ ରାଜନୀତି କରାନଯାଉ,ହିନ୍ଦୁ ହେବା ମୋର ଧାର୍ମିକ ପରିଚୟ:ଯୋଗୀ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ବାଚନ କମିଶନ ଲଗାଇଥିବା ୭୨ ଘଣ୍ଟା ପ୍ରତିବନ୍ଧକ ସମାପ୍ତ ହୋଇଛି। ଏହାକୁ ନେଇ ଯୋଗୀ ଆଦିତ୍ୟନାଥ ଟୁଇଟ କରି କହିଛନ୍ତି, ହିନ୍ଦୁ ହେବା ମୋର ଧାର୍ମିକ ପରିଚୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଆଧାରରେ ନିର୍ବାଚନ କମିଶନଙ୍କ ଆଦେଶର ସମ୍ମାନ କରୁଛି। ସେ ଆହୁରି କହିଛନ୍ତି ମୋ ମନ୍ଦିର ଦର୍ଶନକୁ ନେଇ ରାଜନୀତି କରାନଯାଉ।
ସୂଚନଯୋଗ୍ୟ ଯେ ଏକ ନିର୍ବାଚନୀ ସଭାରେ ବଜରଙ୍ଗ ବାଲୀ ଓ ଅଲ୍ଲିକୁ ନେଇ ଦେଇଥିବା ବୟାନକୁ ନିର୍ବାଚନ କମିଶନ ଯୋଗିଙ୍କୁ ୭୨ ଘଣ୍ଟା ପାଇଁ ପ୍ରତିବନ୍ଧ ଲଗାଇଥିଲେ।