ମନୋଜ ତିୱାରୀଙ୍କ ବିରୋଧରେ ଲଢ଼ିବେ ଶିଲା ଦୀକ୍ଷିତ

Straight to the Point

ନୂଆଦିଲ୍ଲୀ: ଦିଲ୍ଲୀରେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୬ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଏ ନେଇ ଦଳ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ ଚଳିତ ନିର୍ବାଚନରେ ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ଲଢିବା ନିଶ୍ଚିତ ହୋଇଛି। ଏହି ଆସନରୁ ବିଜେପି ମନୋଜ ତିୱାରୀଙ୍କୁ ପ୍ରାର୍ଥୀ କରିଛି। ଏହା ବ୍ୟତୀତ କଂଗ୍ରେସ ଚାନ୍ଦିନୀଚୌକ ଆସରୁ ଜେ.ପି. ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିବାବେଳେ ପୂର୍ବ ଦିଲ୍ଲୀରୁ ଅରବିନ୍ଦର ସିଂହ ଲଭ୍‌ଲି, ନୂଆଦିଲ୍ଲୀରୁ ଅଜୟ ମାକେନ, ଉତ୍ତର-ପୂର୍ବ ଦିଲ୍ଲୀରୁ ରାଜେଶ ଲିଲୋଥିଆ, ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ଗତ ରବିବାର ବିଜେପି ମଧ୍ୟ କେତେକ ଆସନ ପାଇଁ ଏହାର ପ୍ରାର୍ଥୀ ଘୋଷଣା କରିଥିଲା। ତାଲିକା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଚାନ୍ଦିନୀଚୌକ ଆସନରୁ ନିର୍ବାଚନ ମଇଦାକୁ ଓହ୍ଲାଇଛନ୍ତି। ସେହିପରି ପଶ୍ଚିମ ଦିଲ୍ଲୀରୁ ପ୍ରଭେଶ ବର୍ମା ଏବଂ ଦକ୍ଷିଣ ଦିଲ୍ଲୀରୁ ରମେଶ ବିଧୁରିଙ୍କୁ ଦଳ ପ୍ରାର୍ଥୀ କରିଛି।

error: Thank You Keep Visiting