ରାହୁଲ ଗାନ୍ଧୀ ମୋଦୀଙ୍କ ପ୍ରତି ଯେପରି ଟିପ୍ପଣୀ ଦେଉଛନ୍ତି, ତାଙ୍କୁ ବରାମ୍ବାର କ୍ଷମା ମାଗିବାକୁ ପଡ଼ିବ

An Independent Media

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଯେପରି ଟିପ୍ପଣୀ ଦେଉଛନ୍ତି, ସେଥିପାଇଁ ତାଙ୍କୁ ବରାମ୍ବାର କ୍ଷମା ମାଗିବାକୁ ପଡ଼ିବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଯୋଗୀ କହିଛନ୍ତି ଯେ, ରାଫେଲ ମାମଲାରେ ସୁପ୍ରିମକୋର୍ଟଙ୍କ ନାଁରେ ରାହୁଲ ମିଥ୍ୟା ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଶେଷରେ ରାହୁଲ ସୁପ୍ରିମକୋର୍ଟରେ ନିଜର ଭୁଲ ସ୍ବୀକାର କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ​‌ଆମେଠିରେ ରାହୁଲଙ୍କ ନାମାଙ୍କନପତ୍ର ବୈଧ ଘୋଷଣା କରାଯିବା ଉପରେ ଯୋଗୀ କହିଛନ୍ତି, ନିର୍ବାଚନ ଆୟୋଗ ନିଜର ଗାଇଡ୍‌ଲାଇନ ଅନୁସାରେ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଲୋକଙ୍କ ମଧ୍ୟରେ ଏବେ ବି ଅନେକ ପ୍ରଶ୍ନ ରହିଛି ଯେ, ରାହୁଲ କିଛି ଲୁଚାଇଛନ୍ତି।

error: Thank You Keep Visiting