ସାଧ୍ଵୀ ପ୍ରଜ୍ଞା ଠାକୁରଙ୍କୁ ଏନଆଇଏ କୋର୍ଟରୁ ମିଳିଲା ଅଶ୍ଵସ୍ତି
ମୁମ୍ବଇ: ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସାଧ୍ଵୀ ପ୍ରଜ୍ଞା ଠାକୁରଙ୍କୁ ମୁମ୍ବଇର ଏନଆଇଏ କୋର୍ଟରୁ ଅଶ୍ଵସ୍ତି ମିଳିଛି। ସାଧ୍ଵୀ ପ୍ରଜ୍ଞାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ନ ଦେବାକୁ ଆଗତ ଏକ ପିଟିଶନକୁ ଏନଆଇଏ କୋର୍ଟ ଖାରଜ କରିଦେଇଛନ୍ତି। ବୁଧବାର କୋର୍ଟରେ ପିଟିଶନର ଶୁଣାଣି ହୋଇଥିଲା। କିନ୍ତୁ ଆବେଦନକାରୀ ପିଟିଶନରେ ନିଜର ହସ୍ତାକ୍ଷର କରି ନ ଥିବାରୁ କୋର୍ଟ ତାହାକୁ ଖାରଜ କରିଦେଇଥିଲେ।
ଆବେଦନକାରୀଙ୍କ ପକ୍ଷରୁ ତାଙ୍କ ଓକିଲ କହିଥିଲେ ଯେ, ସାଧ୍ମୀ ପ୍ରଜ୍ଞାଙ୍କୁ ସ୍ବାସ୍ଥ୍ୟଗତ ସମସ୍ୟା ଆଧାରରେ ଜାମିନ ଦିଆଯାଇଛି। କିନ୍ତୁ ସେ ଟିଭିରେ ସାକ୍ଷାତକାର ଦେଉଥିବା ଦେଖିବାକୁ ମିଳୁଛି। ତେବେ ସାଧ୍ଵୀ ଏକ ସାକ୍ଷାତକାରରେ ନିଜର ଚିକିତ୍ସା କରାଉଥିବା କହିଛନ୍ତି। ଏ ନେଇ ସାଧ୍ଵୀଙ୍କ ଓକିଲ ଜେ. ପି. ମିଶ୍ରା ଏ ନେଇ ମଧ୍ୟ କୋର୍ଟଙ୍କୁ ଜଣାଇଥିଲେ। ସାଧ୍ଵୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ତାଙ୍କ ସହିତ ସର୍ବଦା ଜଣେ ଡାକ୍ତର ରହୁଛନ୍ତି। ସେ ଜଣେ ଆତଙ୍କବାଦୀ ନୁହନ୍ତି ବୋଲି ପ୍ରମାଣିତ କରିବାକୁ ନିର୍ବାଚନ ଲଢୁଛନ୍ତି।