ଦଳର ବରିଷ୍ଠ ନେତା ଏବଂ ନିଜ ସମର୍ଥକମାନଙ୍କ ସହିତ ନାମାଙ୍କନପତ୍ର ଦାଖଲ କଲେ ମୋଦୀ

An Independent Media

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦଳର ବରିଷ୍ଠ ନେତା ଏବଂ ନିଜ ସମର୍ଥକମାନଙ୍କ ସହିତ ସେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ। ନାମାଙ୍କନପତ୍ର ଦାଖଲ ପୂର୍ବରୁ ମୋଦୀ ଜଣେ ମହିଳା ପ୍ରସ୍ତାବକ ଏବଂ ଅକାଳୀ ଦଳ ସଭାପତି ପ୍ରକାଶ ସିଂହ ବାଦଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ତେବେ ମୋଦୀ ଯେଉଁ ମହିଳାଙ୍କ ପାଦ ଛୁଇଁଥିଲେ ସେ ହେଉଛନ୍ତି ପାଣିନି କନ୍ୟା ମହାବିଦ୍ୟାଳୟ ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ଶୁକ୍ଲା। ନାମାଙ୍କନପତ୍ର ଦାଖଲ କରିବାକୁ ଆସିବା ପୂର୍ବରୁ ଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ନାମାଙ୍କନ ଦାଖଲ ଲାଗି ଯିବା ସମୟରେ ମୋଦୀଙ୍କ ସାଥିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ନାଥ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

error: Thank You Keep Visiting