ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ଜାମିନ୍‌ ଖାରଜ

Straight to the Point

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ। ଲଣ୍ଡନର ଏକ ଅଦାଲତ ଶୁକ୍ରବାର ତାଙ୍କ ଜାମିନ୍‌ ଙ୍କ ଜାମିନ୍‌  ଖାରଜ କରିଦେଇଛନ୍ତି । ପଞ୍ଜାବ ନେସନାଲ ବ୍ୟାଙ୍କର ୧୩,୫୦୦ କୋଟି ଋଣ ଜାଲିଆତି ମାମଲାରେ ଫେରାର ଥିବା ନୀରବ ମୋଦୀଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ପ୍ରୟାସ ଜାରି ରହିଛି।  ଏଭଳି ସ୍ଥିତିରେ ତାଙ୍କ ଜାମିନ୍‌ ଆବେଦନ ଖାରଜ ହେବା ନୀରବଙ୍କୁ ଏକ ଶକ୍ତ ଝଟ୍‌କା ଲାଗିଛି।  ଆସନ୍ତା ୨୪ ତାରିଖରେ ଅଦାଲତ ମାମଲାର ପରବର୍ତ୍ତୀ ଶୁଣାଣି କରିବେ । ନୀରବଙ୍କୁ ଗତମାସରେ ଗିରଫ କରାଯାଇଥିଲା । ଏବେ ସେ ଦକ୍ଷିଣ ପଶ୍ଚିମ ଲଣ୍ଡନର ୱାଣ୍ଡସୱର୍ଥ ଜେଲ୍‌ରେ ଅଛନ୍ତି।

error: Thank You Keep Visiting