ମୋଦୀ ନିର୍ବାଚନରେ ଜିତୁ କି ନ ଜିତୁ, କିନ୍ତୁ ଗଣତନ୍ତ୍ରର ବିଜୟ ହେଉ : ମୋଦୀ

Straight to the Point

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଏକ ନିର୍ବାଚନୀ ସଭାରେ ଦଳୀୟ କର୍ମକର୍ତ୍ତା ଏବଂ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି। ବାରାଣସୀରେ ଆୟୋଜିତ ଏହି ସଭାରେ ମୋଦୀ କହିଥିଲେ, ଦେଶରେ ତାଙ୍କ ସମର୍ଥକଙ୍କ ଲହର ଦେଖିବାକୁ ମିଳୁଛି। ମୋଦୀ ନିର୍ବାଚନରେ ଜିତୁ କି ନ ଜିତୁ, କିନ୍ତୁ ଗଣତନ୍ତ୍ରର ବିଜୟ ହେଉ। ହର୍‌ ହର୍‌ ମହାଦେବ କହି ମୋଦୀ ତାଙ୍କ ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ଲୋକମାନେ ମନସ୍ଥ କରିସାରିଛନ୍ତି। ସେମାନେ ପୁଣି ଥରେ ମୋଦୀ ସରକାର ଚାହୁଁଛନ୍ତି। ତେଣୁ ପୂର୍ବରୁ ଥିବା ସବୁ ଭୋଟିଂ ରେକର୍ଡକୁ ପଛରେ ପକାଇ ଏଥର ଯେପରି ସର୍ବାଧିକ ମତଦାନ ହେବ ସେ ଦିଗରେ କାମ କରିବାକୁ କର୍ମୀମାନଙ୍କୁ କହିଛନ୍ତି। ମୋଦୀ କହିଥିଲେ, ମୁଁ ଜିତେ କି ନ ଜିତେ, ଗଣତନ୍ତ୍ରର ବିଜୟ ହେବା ଉଚିତ। କୌଣସି ବୁଥରେ ଯେପରି ବିଜେପି ପତାକା ତଳକୁ ଖସିବ ନାହିଁ ତାହା ନିଶ୍ଚିତ କରିବାକୁ କର୍ମୀମାନଙ୍କୁ କହିଥିଲେ। ଏହା ସହ ମୋଦୀ ନିଜର ଅତୀତକୁ ମନେପକାଇ କହିଥିଲେ, ମୁଁ ମଧ୍ୟ ଜଣେ ବୁଥସ୍ତରୀୟ କର୍ମୀ ଥିଲା। ମୁଁ ବି ବୁଲି ବୁଲି କାନ୍ଥବାଡ଼ରେ ଦଳୀୟ ପୋଷ୍ଟର  ଲଗାଇଛି। ତେଣୁ କର୍ମୀମାନେ ହେଉଛନ୍ତି ଦଳର ବାସ୍ତବ ପ୍ରାର୍ଥୀ ବୋଲି ସେ କହିଥିଲେ।

error: Thank You Keep Visiting