ଜଳିଗଲା ବିମାନ; ୪୧ ଜୀବନ୍ତ ଦଗ୍ଧ

Straight to the Point

ମସ୍କୋ: ରୁଷ୍‌ରେ ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯିବା ଫଳରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ୩୭ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକଙ୍କ ମଧ୍ୟରେ ବିମାନର ଜଣେ କ୍ର୍ୟୁ ମେମ୍ବର ଥିବା ଜଣାପଡ଼ିଛି। ରୁଷିଆ ନିର୍ମିତ ସୁଖୋଇ ସୁପରଜେଟ୍‌ ବିମାନଟି ଶେରେମେତ୍ୟେଭୋରୁ ମୁରମନସ୍କ ଅଭିମୁଖେ ଯାତ୍ରା କରୁଥିବା ବେଳେ ରବିବାର ଦିନ ଏହି ଅଭାବନୀୟ ଘଟଣା ଘଟିଥିଲା। ବିମାନରେ କ୍ର୍ୟୁ ମେମ୍ବରଙ୍କୁ ମିଶାଇ ମୋଟ ୭୮ ଜଣ ଥିଲେ। ମସ୍କୋର ଶେରେମେତ୍ୟେଭୋ ବିମାନବନ୍ଦରରୁ ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଏହା ପୁଣି ଶେରେମେତ୍ୟେଭୋରେ ଜରୁରୀକାଳୀନ ଅବତରଣ କରିଥିଲା। ଏହା ପରେ ହଠାତ୍‌ ବିମାନରୁ ଧୂଆଁ ବାହାରିଥିଲା ଓ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା।

error: Thank You Keep Visiting