ଗଛ ଡାଳରେ ଫାଶୀ ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
ଲକ୍ଷ୍ନୌ : ଅଲ୍ଲୀଗଡ଼ କୋତୱାଲା ଥାନା ଅଧୀନ ହସାୟନ ଅଞ୍ଚଳର ଏକ ପ୍ରେମୀ ଯୁଗଳ ଗୋଟିଏ ଗଛ ଡାଳରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପ୍ରେମୀ ଯୁଗଳଙ୍କ ଘର ନଗଲାସ୍ଥିତ ଇଣ୍ଡଷ୍ଟ୍ରିଆଲ ଏରିଆରେ। ସେମାନେ କିଛି ଦିନ ହେବ ନିଖୋଜ ଥିଲେ। ମଙ୍ଗଳବାର ସକାଳେ ସେମାନଙ୍କ ଶବ ଗଛରେ ଝୁଲୁ ଥିବାର ଦେଖିବାକୁ ମିଳିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଯୁବକ ଓ ଯୁବତୀ ପ୍ରେମୀ ଓ ପ୍ରେମିକା ଥିଲେ ବୋଲି କୁହାଯାଉଛି। ପୁଲିସ୍ ଏହାକୁ ଏକ ଅନର କିଲିଂ (ସମ୍ମାନ ପାଇଁ ହତ୍ୟା) ମାମଲା ସନ୍ଦେହ କରୁଛି। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।