୧୬ ମଇ : ଆଜିର ଦିନରେ ଭାରତରେ ଆସିଥିଲା ମୋଦି ଲହର

Straight to the Point

ନୂଆଦିଲ୍ଲୀ: ୧୬ ମଇ , ପାଂଚ ବର୍ଷ ପୂର୍ବେ ଠିକ ଆଜିର ଦିନରେ ସମଗ୍ର ଦେଶରେ ଖେଳିଯାଇଥିଲା ମୋଦି ଲହର । ସମସ୍ତ ବିରୋଧୀ ଦଳକୁ ପଛରେ ପକାଇ ବିଜେପି ଏକତରଫା ବିଜୟ ହାସଲ କରିଥିଲା । ଗୁଜରାଟରୁ ଉଠିଥିବା ଏହି ମୋଦି ସ୍ୱର ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା । ୫ ବର୍ଷ ପରେ ୨୦୧୯ ନିର୍ବାଚନର ଫଳାଫଳ ଆସିବାକୁ ବାକି ରହିଛି । ଏଥର ମଧ୍ୟ ମୋଦିଙ୍କ ସଫଳତାର ପୁନରାବୃତି ହେବ କି ନାହିଁ ତାକୁ ନେଇ ଚର୍ଚ୍ଚା ଜାରୀ ରହିଛି ।
୨୦୧୪ ୧୬ ମଇରେ ହୋଇଥିବା ଲୋକସଭା ନିର୍ବାଚନର ଭୋଟଗଣତି ପରେ ପ୍ରକାଶ ପାଇଥିବା ଫଳାଫଳ ସମସ୍ତ ଅଣ ଏନଡିଏ ରାଜନୈତିକ ଦଳମାନଙ୍କ ନିଦ ଉଡାଇ ଦେବା ସହ ୧୯୮୪ ମସିହା ପରେ ଦେଶରେ ଏକ ଦୃଢ ବହୁମତ ସରକାର ଗଠନ ହୋଇଥିଲା । ସବୁଆଡେ ମୋଦି ମୋଦି ନାରା ଗୁଂଜରଣ ହୋଇଥିଲା ।
୧୬ତମ ଲୋକସଭା ନିର୍ବାଚନ ପାଇଁ ମତଦାନ ଅପ୍ରେଲ ୭ ତାରିଖରୁ ଆରମ୍ଭ ହୋଇ ମେ ୧୨ ତାରିଖ ପର୍ଯ୍ୟନ୍ତ ·ଲିଥିଲା । ଏହି ନିର୍ବାଚନରେ ୬୬.୩୮% ମତଦାନ ହୋଇଥିଲା । ନିର୍ବାଚନରେ ବିଜେପି ୨୮୨ ଆସନ ଜିତି ସବୁଠାରୁ ବଡ ଦଳର ମାନ୍ୟତା ହାସଲ କରିଥିଲା । ଏହାସହ ବିଜେପି ନେତୃତାଧୀନ ଏନଡିଏର ସହଯୋଗୀ ଦଳଙ୍କୁ ମିଶାଇଲେ ଏହି ଅଙ୍କ ୩୩୬ରେ ପହଂଚିଥିଲା । ଅନ୍ୟପକ୍ଷରେ କଂଗ୍ରେସ ୪୪ଆସନ ଜିତିବା ସହ ୟୁପିଏ ୫୯ ଆସନରେ ସନ୍ତୁଷ୍ଟ ହୋଇଥିଲା । ଏହି ନିର୍ବାଚନର ଫଳାଫଳ ସଂସଦରେ ବିରୋଧୀ ଦଳ ମାନ୍ୟତା ପାଇଁ କୌଣସି ବି ରାଜନୈତିକ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନଥିଲା ।
ସେହିପରି ଦେଶର ସବୁଠାରୁ ବଡ ଲୋକସଭା ଆସନ ଥିବା ଉତରପ୍ରଦେଶରେ ବିଜେପି ୮୦ଟି ଆସନ ମଧ୍ୟରୁ ୭୧ଟି ଆସନ ଜିତିଥିଲା । ଏହାବ୍ୟତୀତ ଏନଡିଏର ଅନ୍ୟ ସହଯୋଗୀ ଦଳ ୨ଟି ଆସନ ଜିତିଥିଲେ ।

error: Thank You Keep Visiting