ନୈତିକ ମନୋବଳକୁ ଦୃଢ଼ ରଖିବା ସହ ହତୋତ୍ସାହିତ ନ ହେବାକୁ କର୍ମୀମାନଙ୍କୁ ପରାମର୍ଶ ଦେଲେ ପ୍ରିୟଙ୍କା

Straight to the Point

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ସରିବା ପରେ ଗତ ୧୯ ତାରିଖ ସନ୍ଧ୍ୟାରେ ଏକଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇଥିଲା। ଜାତୀୟ ସ୍ତରର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଏନଡିଏ ବହୁମତ ହାସଲ କରିବ ବୋଲି ପୂର୍ବାନୁମାନ କରିଥିଲେ। ମାତ୍ର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏକଜିଟ ପୋଲକୁ ଗ୍ରହଣ କରିନାହାନ୍ତି। ଏନଡିଏର ସୁବିଧା ପାଇଁ ଏକଜିଟ୍‌ ପୋଲର ଫଳାଫଳ ପ୍ରକାଶ କରାଯାଇଛି। ଏଭଳି ଗୁଜବ ଉପରେ ବିଶ୍ଵାସ ନ କରି ନୈତିକ ମନୋବଳକୁ ଦୃଢ଼ ରଖିବା ସହ ହତୋତ୍ସାହିତ ନ ହେବାକୁ ପ୍ରିୟଙ୍କା ଦଳର କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। କର୍ମୀମାନଙ୍କୁ ବାର୍ତ୍ତା ଦେଇ ପ୍ରିୟଙ୍କା କହିଛନ୍ତି, ଆପଣମାନେ ସତର୍କ ରହିବା ସହ ଆତ୍ମବିଶ୍ଵାସ ରଖନ୍ତୁ। ଦଳର ନେତା ଏବଂ କର୍ମୀମାନଙ୍କ କଠିନ ପରିଶ୍ରମ ନିଶ୍ଚୟ ଫଳପ୍ରଦ ହେବ। ଆପଣମାନଙ୍କ ମନୋବଳ ଭାଙ୍ଗିବାକୁ ଏଭଳି ଗୁଜବ ଏବଂ ଏକଜିଟ ପୋଲ କରାଯାଉଛି। ଏଥିରେ ନିରାଶ ନ ହୋଇ ସତର୍କ ରହିବା ସହିତ ଷ୍ଟ୍ରଙ୍ଗ ରୁମ୍‌ ଏବଂ ଭୋଟ ଗଣତି କେନ୍ଦ୍ରଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖନ୍ତୁ ବୋଲି ପ୍ରିୟଙ୍କା କହିଛନ୍ତି।

error: Thank You Keep Visiting