କଂଗ୍ରେସ ମୁଖପାତ୍ରଙ୍କ ନାବାଳିକା ଝିଅକୁ ବଳାତ୍କାର ଧମକ

An Independent Media

ମୁମ୍ବଇ : କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀଙ୍କ ନାବାଳିକା ଝିଅକୁ ବଳାତ୍କାର ଧମକ ଦିଆଯାଇଥିବା ସେ ସୋମବାର ଗୋରେଗାଓଁ ଥାନାରେ ଅଭିଯୋଗ କରିଛନ୍ତି। ଟ୍ୱିଟ୍‍ର ଯୋଗେ ତାଙ୍କ ୧୦ ବର୍ଷର ଝିଅକୁ ବଳାତ୍କାର ଧମକ ଦିଆଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁମ୍ବଇ ପୁଲିସ୍‍ ତାଙ୍କୁ ଆଶ୍ୱାସନା ଦେଇଛି ଓ ସେ ମୁମ୍ବଇ ପୁଲିସ୍‍ ଉପରେ ଭରସା ରଖିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଗିରିଶକେ୧୬୦୫ ନାମକ ଜଣେ ଟ୍ୱିଟର ଆକାଉଣ୍ଟଧାରୀ ତାଙ୍କ ନାବଳିକା ଝିଅକୁ ବଳାତ୍କାରର ଧମକ ଦେଇଥିଲା। ଟ୍ୱିଟର ଆକାଉଣ୍ଟଧାରୀ ପ୍ରୋଫାଇଲରେ ପ୍ରଭୁ ରାମଙ୍କ ଫଟୋ ଥିବା ସତ୍ତ୍ବେ ସେ ଏପରି ଅପଶବ୍ଦର ବ୍ୟବହାର କରିବାକୁ ସଂକୋଚ ବୋଧ କରିନଥିଲେ। କେନ୍ଦ୍ର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ୱିଟ୍‍ରରେ ଟାର୍ଗେଟ କରିବା ପରେ ଏବେ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କାଙ୍କୁ ଟ୍ୱିଟ୍‍ରରେ ଟାର୍ଗେଟ କରାଯାଇଛି। ଏଭଳି ଧମକକୁ ଅନେକ ଟ୍ୱିଟର ବ୍ୟବହାରକାରୀ ନିନ୍ଦା କରିଛନ୍ତି।

error: Thank You Keep Visiting