ସୁପ୍ରିମକୋର୍ଟଙ୍କ ବିଶ୍ଵସନୀୟତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

Straight to the Point

ନୂଆଦିଲ୍ଲୀ: ଭୋଟ ଗଣତି ବେଳେ ସବୁ ବୁଥ୍‌ର ଇଭିଏମ ଭୋଟ ସହିତ ଭିଭିପାଟ ସ୍ଲିପ ମିଳାଇ ଭୋଟ ଗଣତି କରିବା ଲାଗି ବିରୋଧୀମାନେ କରୁଥିବା ଦାବି ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସୁପ୍ରିମକୋର୍ଟ ବିରୋଧୀ ଦଳଗୁଡ଼ିକର ଆବେଦନକୁ ଖାରଜ କରି ଗୋଟିଏ ବିଧାନସଭା କ୍ଷେତ୍ରର କେବଳ ୫ଟି ବୁଥର ଇଭିଏମ ସହ ଭିଭିପାଟ ସ୍ଲିପ ମିଳାଇ ଭୋଟ ଗଣନା କରିବାକୁ ନିର୍ଦେଶ ଦେଇଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ଉଦିତ୍‌ ରାଜ। ସୁପ୍ରିମ କୋର୍ଟ ବି ଏହି ନିର୍ବାଚନୀ କାରସାଦିରେ ସମ୍ପୃକ୍ତ ଅଛନ୍ତି ବୋଲି ଉଦିତ ଅଭିଯୋଗ କରି ବିବାଦ ଘେରକୁ ଚାଲିଆସିଛନ୍ତି। ଏପରି କି ସେ ସୁପ୍ରିମକୋର୍ଟଙ୍କ ବିଶ୍ଵସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଉଦିତ୍‌ ରାଜ ଏକ ଟ୍ବିଟ୍‌ କରି ଉଲ୍ଲେଖ କରିଛନ୍ତି, ସୁପ୍ରିମକୋର୍ଟ କ’ଣ ପାଇଁ ଚାହୁଁନାହାନ୍ତି ଯେ ଭିଭିପାଟ୍‌ର ସବୁ ସ୍ଲିପ ଗଣନା ହେଉ। କ’ଣ କୋର୍ଟ ବି ଏହି କାରସାଦିରେ ସମ୍ପୃକ୍ତ ଅଛନ୍ତି ? ନିର୍ବାଚନୀ ପ୍ରକ୍ରିୟାରେ ଯେତେବେଳେ ପାଖାପାଖି ୩ମାସ ଧରି ସବୁ ସରକାରୀ କାମ ମାନ୍ଦା ପଡ଼ିଛି, ତେବେ ଭୋଟ ଗଣତିରେ ପ୍ରାୟ ୨/୩ ଦିନ ଅଧିକ ଚାଲିଗଲେ କ’ଣ ଅସୁବିଧା ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

error: Thank You Keep Visiting