ବିଜେପିକୁ ସରକାର ଗଢ଼ିବାରେ ସମର୍ଥନ ଦେବେ ବୋଲି ଇସାରା ଦେଲେ ନିତିଶ

Straight to the Point

ପାଟନା/ଚେନ୍ନାଇ: ଭୋଟ ଗଣତି ପୂର୍ବରୁ ଏକଜିଟ୍‌ ପୋଲ୍‌ର ଫଳାଫଳ ବିଜେପି ନେତୃତ୍ଵାଧୀନ ଏନଡିଏ ସପକ୍ଷରେ ଯାଇଛି। ବର୍ତ୍ତମାନ ଏହାକୁ ଅନେକ ଆଞ୍ଚଳିକ ଦଳ ଗୁରୁତ୍ଵ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଦଳ ଜେଡିୟୁ ବିଜେପିକୁ ସରକାର ଗଢ଼ିବାରେ ସମର୍ଥନ ଦେବେ ବୋଲି ଇସାରା ଦେଇଛନ୍ତି। ୨୦୧୯ରେ ଦେଶରେ ସରକାର ଗଠନରେ ତାଙ୍କ ଦଳ ଏକ ଅଂଶ ହେବ ବୋଲି ନିତିଶ କହିଛନ୍ତି। ନିକଟରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଦ୍ବାରା ନୂଆଦିଲ୍ଲୀରେ ଆୟୋଜିତ ନୈଶ୍ୟ ଭୋଜିରେ ନିତିଶ ଯୋଗଦେଇଥିଲେ। ସେ ଦିଲ୍ଲୀ ଯିବା ପୂର୍ବରୁ ରାଜ୍ୟ ପାଇଁ ସ୍ବତନ୍ତ୍ର ପ୍ୟାକେଜ ସମ୍ପର୍କରେ କହିଥିଲେ, ଯାହା ପୂର୍ବରୁ ଦଳର ମୁଖ୍ୟ ପ୍ରସଙ୍ଗ ରହିଆସିଛି। ତେବେ ଏକଜିଟ୍‌ ପୋଲ୍‌ର ଫଳାଫଳ ଯାହା ବି ହେଉ, ଆମେ ନରେନ୍ଦ୍ର ମୋଦୀ ସରକାର ସହର ରହିବୁ ବୋଲି ନିତିଶ କହିଥିଲେ।

error: Thank You Keep Visiting