୯୦ କୋଟି ମତଦାତାଙ୍କ ନିଷ୍ପତି ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡିବ:ଅମିତ ଶାହା

Straight to the Point

ନୂଆଦିଲ୍ଲୀ/ଭୁବନେଶ୍ୱର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଫେସବୁକ ଏବଂ ଟୁଇଟର ମାଧ୍ୟମରେ ୨୨ଟି ବିରୋଧୀ ଦଳକୁ ୬ଟି ପ୍ରଶ୍ନ ପ·ରିଛନ୍ତି । ଇଭିଏମ୍ ଉପରେ ପ୍ରଶ୍ନ ଉଠାଉଥିବା କଂଗ୍ରେସ, ବସପା, ସପା, ତୃଣମୂଳ କଂଗ୍ରେସ, ଆପ୍, ତେଲୁଗୁ ଦେଶମ ପାର୍ଟି, ବାମ ଦଳ, ଆରଜେଡି ସମେତ ଅନେକ ବିପକ୍ଷ ପାର୍ଟି କୋଉଠି ନା କୋଉଠି ଇଭିଏମ୍ ଦ୍ୱାରା ହୋଇଥିବା ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ଦିଲ୍ଲୀରେ ଆମ ଅ ।ଦମୀ ପାର୍ଟି ୭୦ରୁ ୬୭ ଟି ସିଟରେ ବିଜୟୀ ହୋଇଥିଲା । ଗତ ୫ଟି ରାଜ୍ୟ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ୪ ଟି ରାଜ୍ୟରେ ସରକାର କରିଥିବା ସମୟରେ ଆମେ କେବେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇନୁ । ତେବେ କଣ ଏହା ଗ୍ରହଣ କରାଯିବ କି ଯେବେ ବିପକ୍ଷ ଦଳ ବିଜୟୀ ହେଲେ ନିର୍ବାଚନ ଜିତିଲେ ଏବଂ ଯେବେ ହାରିବେ ଇଭିଏମ୍ ହରାଇ ଦେଲା । ଯଦି ଇଭିଏମ୍ ଉପରେ ବିଶ୍ୱାସ ନାହିଁ ତେବେ ଏହି ଦଳମାନେ ର୍ନିବାଚନ ଜିତିବା ପରେ ଶାସନ କାହିଁକି କରୁଛନ୍ତି ବୋଲି ଶାହା ପ୍ରଶ୍ନ କରିଛନ୍ତି ।
ଦେଶର ସର୍ବୋଚ୍ଚ ଅଦାଳତ ୩ ରୁ ଅଧିକ ପିଆଇଏଲ ର ସଜ୍ଞାତ ନେବା ପରେ ର୍ନିବାଚନ ପକ୍ରିୟାକୁ ଅନ୍ତିମ ସ୍ୱରୂପ ଦେଇଛନ୍ତି । ଯେଉଁଥିରେ ସମସ୍ତ ବିଧାନସଭା କ୍ଷେତ୍ରରେ ୫ଟି ଭିଭିପାଟ୍ କୁ ଗଣିବା ପାଇଁ ଆଦେଶ ଦେଇଛନ୍ତି । ତେବେ ଆପଣ କଣ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଉପରେ ପ୍ରଶ୍ନ ଚିହ୍ନ ଲଗାଉଛନ୍ତି ବୋଲି ଶାହା ପ୍ରଶ୍ନ କରିଛନ୍ତି ।
ଭୋଟ ଗଣତିର ୨ ଦିନ ପୂର୍ବରୁ ୨୨ ବିରୋଧୀ ଦଳ ପୁଣିଥରେ ନିର୍ବାଚନ ପ୍ରକ୍ରିୟା ପରିବର୍ତନ କରିବାର ଦାବି ଅସାମ୍ୱିଧାନିକ ଅଟେ । କାହିଁକି ନା ଏପରି କୌଣସି ବି ନିଷ୍ପତି ସମସ୍ତ ଦଳର ସର୍ବସମ୍ମତି ବିନା ସମ୍ଭବ ନୁହେଁ ବୋଲି ଶାହା କହିଛନ୍ତି । ଷଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବିରୋଧୀ ଦଳ ମାନେ ଇଭିଏମ୍ ଉପରେ ପ୍ରଶ୍ନ କରିଛନ୍ତି । ଏକଜିଟ ପୋଲରେ ନିର୍ବାଚନ ଫଳାଫଳ ଆସିବା ପରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହୋଇଛି । ଏକଜିଟ ପୋଲ ଇଭିଏମ୍ ଦ୍ୱାରା ନୁହେଁ ବରଂ ଭୋଟ ଦେଇ ଫେରିଥିବା ମତଦାତାଙ୍କ ମତ ଉପରେ ନିର୍ଭର କରେ ।ଏଣୁ ଏକଜିଟ ପୋଲ ଫଳାଫଳ ଆଧାରରେ ଆପଣ କିପରି ଇଭିଏମ୍ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ ପାରିବେ ବୋଲି ଶାହା ପ୍ରଶ୍ନ କରିଛନ୍ତି ।
କିଛି ଦିନ ପୂର୍ବରୁ ର୍ନିବାଚନ ଅ ।ୟୋଗ ଇଭିଏମ୍ ରେ ତୃଟ୍ରିକୁ ଦେଖାଇବା ପାଇଁ ନିଜ ଅ ।ଡୁ ସମସ୍ତ ରାଜନୈତିକ ଦଳକୁ ଅ ।ମନ୍ତ୍ରଣ କରିଥିଲେ ୟ କିନ୍ତୁ କୌଣସି ବିରୋଧୀ ଦଳ ଏହାକୁ ସ୍ୱୀକାର କରିନଥିଲେ ୟ ଏହା ପରେ ର୍ନିବାଚନ ଆୟୋଗ ଇଭିଏମ୍ ଏବଂ ଭିଭିପାଟ୍ କୁ ଯୋଡି ନିର୍ବାଚନକୁ ସ୍ୱଚ୍ଛ କରିଥିଲେ । ଭିଭିପାଟ୍ ଦ୍ୱାରା ମତାଦାତା କେଉଁ ଚିହ୍ନରେ ଭୋଟ ଦେଉଛି ତାହା ଦେଖି ପାରିବ । ଏପରି ସ୍ୱଚ୍ଛ ପ୍ରକ୍ରିୟା ପରେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇବା କେତେ ଯୁକ୍ତିଯୁକ୍ତ ବୋଲି ଶାହା ପ୍ରଶ୍ନ କରିଛନ୍ତି ।
କିଛି ବିରୋଧୀ ଦଳ ନିର୍ବାଚନ ଫଳାଫଳ ନିଜ ଦଳ ପ୍ରତି ନଆସିବା ଜାଣି ଅସ୍ତ୍ର ଉଠାଇବା ସହ ରକ୍ତର ନଦୀ ବୁହାଇବା ଭଳି ଆପତିଜନକ ବୟାନ ଦେଇଛନ୍ତି । ମୁଁ କଂଗ୍ରେସ ସହ ସମସ୍ତ ବିରୋଧୀ ଦଳଙ୍କୁ କହୁଛି କି, ଗଣତନ୍ତ୍ରରେ ହିଂସାତ୍ମକ ବି·ରଧାର ଏବଂ ଭାଷାର କୌଣସି ସ୍ଥାନ ନାହିଁ । ବିରୋଧୀ କହିବେ କି, ଏପରି ହିଂସାତ୍ମକ ଏବଂ ଅଗଣତାନ୍ତ୍ରିକ ବୟାନ ଦେଇ ସେ କାହାକୁ ଧମକ ଦେଉଛନ୍ତି ବୋଲି ଶାହା ପ୍ରଶ୍ନ କରିଛନ୍ତି ।
କେବଳ ପଶ୍ଚିମବଙ୍ଗକୁ ଛାଡି ବାକି ଦେଶର ସମସ୍ତ ରାଜ୍ୟରେ ର୍ନିବାଚନ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଭାରତର ଗଣତନ୍ତ୍ର ଇତିହାସରେ ୧୯୭୭ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ସମସ୍ତ ସାଧାରଣ ର୍ନିବାଚନ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି । ଯାହାଦ୍ୱାରା ଦେଶର ଗଣତନ୍ତ୍ର ଉପରେ ସାରା ବିଶ୍ୱ ବିଶ୍ୱାସଭାଜନ ହେବା ସହ ଦେଶର ଗୈାରବ ବଢିଛି । ନିଜ ସ୍ୱାର୍ଥ ଏବଂ ପରାଜୟ ସ୍ୱୀକାର ନକରିବାର ମାନସିକତା ବିରୋଧୀ ଦଳ ମାନେ ର୍ନିବାଚନ ଆୟୋଗ ଏବଂ ଭାରତୀୟ ଗଣତନ୍ତ୍ରକୁ ମାଟିରେ ମିଶାଉଛନ୍ତି । ମୋ ମତ ହେଉଛି, ଏହି ର୍ନିବାଚନରେ ଯାହା ବି ଫଳାଫଳ ଅ ।ସିବ ତାକୁ ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡିବ । କାରଣ ଏହି ମତଦାନ ୯୦ କୋଟି ମତଦାତାଙ୍କ ନିଷ୍ପତି । ମୁଁ ଦେଶର ଜନତାଙ୍କୁ ଅପିଲ କରିବାକୁ ·ହୁଁଛି କି, ଇଭିଏମ୍ ଉପରେ ପ୍ରଶ୍ନ ଉଠାଉଥିବା ବିରୋଧୀ ଦଳ କେବଳ ମନରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ·ହୁଁଛନ୍ତି । ଏହାଦ୍ୱାରା ପ୍ରଭାବିତ ନହୋଇ ଆମେ ସବୁ ଆମର ଗଣତାନ୍ତ୍ରିକ ସଂସ୍ଥାକୁ ମଜବୁତ କରିବା ପାଇଁ ଚେଷ୍ଟା କରିବା ଦରକାର ।

error: Thank You Keep Visiting