ଆରଆଇଏସଏଟି-୨ବିର ସଫଳ ଉତକ୍ଷେପଣ

Straight to the Point

ନୂଆଦିଲ୍ଲୀ /ଭୁବନେଶ୍ୱର: ଭାରତର ପୋଲାର ଉପଗ୍ରହ ଉତକ୍ଷେପଣ ଯାନ (ପିଏସଏଲଭି-ସି୪୬) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ସତୀଶ ଧାୱନ ମହାକାଶ କେନ୍ଦ୍ର (ଏସଡିଏସସି) ଏସଏଚଏଆରରୁ ସଫଳତାର ସହ ଆରଆଇଏସଏଟି-୨ବି ଉତକ୍ଷେପଣ କରିଛି । ଏହା ହେଉଛି ଶ୍ରୀହରିକୋଟାର ଏସଡିଏସସି ଏସଏଚଏଆରରୁ ୭୨ତମ ଉତକ୍ଷେପଣ ମିଶନ ଏବଂ ପ୍ରଥମ ଉତକ୍ଷେପଣ ପ୍ୟାଡରୁ ୩୬ତମ ଉତକ୍ଷେପଣ । ପ୍ରଥମ ଉତକ୍ଷେପଣ ପ୍ୟାଡରୁ ପିଏସଏଲଭି-ସି୪୬ ସକାଳ ୫.୩୦ରେ ଉତକ୍ଷେପଣ ଆରମ୍ଭ କରି ୧୫ମିନିଟ ୨୫ ସେକେଣ୍ଡ ମଧ୍ୟରେ ୫୫୬କିମି କକ୍ଷ ପଥରେ ଆରଆଇଏସଏଟି-୨ବିକୁ ସ୍ଥାପନ କରିଥିଲା ।

ଉତକ୍ଷେପଣ ଯାନଠାରୁ ଅଲଗା ହେବା ପରେ ଆରଆଇଏସଏଟି-୨ବିର ସୌର ସରଣୀଗୁଡ଼ିକ ସ୍ୱୟଂଚାଳିତ ଭାବେ କାର୍ଯ୍ୟ କରିଥିଲେ ଏବଂ ବାଙ୍ଗାଲୋର ସ୍ଥିତ ଇସ୍ରୋର ଟେଲିମେଟ୍ରି ଟ୍ରାକିଙ୍ଗ ଓ କମାଣ୍ଡ ନେଟୱର୍କ (ଆଇଏସଟିଆରଏସି) ଉପଗ୍ରହକୁ ନିୟନ୍ତ୍ରଣ କରିଥିଲା । ଆଗାମୀ ଦିନରେ ଉପଗ୍ରହକୁ ଏହାର ଚୂଡାନ୍ତ କାର୍ଯ୍ୟକାରୀ ଆକାରର ସ୍ଥିତିକୁ ଅଣାଯିବ । ଆରଆଇଏସଏଟି-୨ବି ହେଉଛି ଏକ ରାଡାର ଇମେଜିଂ ବିଶ୍ୱ ପର୍ଯ୍ୟବେକ୍ଷଣ ଉପଗ୍ରହ ଏବଂ ଏହାର ଓଜନ ହେଉଛି ୬୧୫ କେଜି । ଏହି ଉପଗ୍ରହ କୃଷି, ଜଙ୍ଗଲ ଏବଂ ବିପର୍ଯର୍୍ୟୟ ପରିଚାଳନା କ୍ଷେତ୍ରରେ ସହାୟତା କରିବ ।ଏହି ମିଶନରେ ସାମିଲ ଥିବା ଉତକ୍ଷେପଣ ଯାନ ଏବଂ ଉପଗ୍ରହ ଦଳର ସଦସ୍ୟମାନଙ୍କୁ ଇସ୍ରୋ ଅଧ୍ୟକ୍ଷ ଡଃ କେ ସିଭାନ ଅଭିନନ୍ଦନ ଜଣାଇଛନ୍ତି । ଏହି ଉତକ୍ଷେପଣ ସହିତ ପିଏସଏଲଭି ମହାକାଶକୁ ଜାତୀୟ, ଅନ୍ତର୍ଜାତୀୟ ଏବଂ ଛାତ୍ରମାନଙ୍କ ଦ୍ୱାରା ନିର୍ମିତ ମୋଟ ୫୦ ଟନ ଓଜନର ୩୫୪ଟି ଉପଗ୍ରହକୁ ମହାକାଶକୁ ପ୍ରେରଣ କରିଛି । ଆରଆଇଏସଏଟି-୨ବି ହେଉଛି ଏକ ଅତ୍ୟାଧୁନିକ ବିଶ୍ୱ ପର୍ଯ୍ୟବେକ୍ଷକ ଉପଗ୍ରହ ଯେଉଁଥିରେ କି ଏକ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ୩.୬ମି ରାଡିଆଲ ରିବ ଆଂଟେନା ସଂଯୁକ୍ତ ରହିଛି । ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ ଥିବା ଦର୍ଶକମାନଙ୍କ ଗ୍ୟାଲେରୀରୁ ମୋଟ ୫,୦୦୦ ଦର୍ଶକ ଏହି ଉପଗ୍ରହର ଉତକ୍ଷେପଣ ଦୃଶ୍ୟକୁ ସିଧାସଳଖ ଦେଖିଥିଲେ । ୨୦୧୯ ଜୁଲାଇ ୯ରୁ ୧୬ ମଧ୍ୟରେ ଇସ୍ରୋ ଜିଏସଏଲଭି ଏମକେ୩ ମାଧ୍ୟମରେ ଚନ୍ଦ୍ରାୟଣ-୨ ଉତକ୍ଷେପଣ କରିବା ନେଇ ଯୋଜନା କରୁଛି ଏବଂ ୨୦୧୯ ସେପ୍ଟେମ୍ବର ୬ ସୁଦ୍ଧା ଏହା ଚନ୍ଦ୍ରରେ ପଂହଚିବାର ଆଶା କରାଯାଉଛି ।

error: Thank You Keep Visiting