ମୁହଁ ମାଡ଼ି ହୋଇ ପଡିଲେ ମେହେବୁବା ମୁଫତି, କହିଲେ କଂଗ୍ରେସରେ ମଧ୍ୟ ଏକ ଅମିତ୍ ଶାହା ଆବଶ୍ୟକ

Straight to the Point

ନଗର : ଲୋକସଭା ନିର୍ବାଚନରେ ଜାମ୍ମୁ କାଶ୍ମୀର ଅନନ୍ତନାଗରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‍ତି ହାରି ଯାଇଛନ୍ତି। ଏପରିକି ତାଙ୍କ ନେତୃତ୍ୱାଧୀନ ପିଡିପି ଖାତା ଖୋଲି ପାରିନାହିଁ।
ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଲୋକସଭା ଆସନରୁ ପରାଜିତ ହେବା ପରେ ମେହବୁବା କହିଛନ୍ତି ଯେ ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ। ଆଜିର ଦିନ ହେଉଛି ବିଜେପି ଓ ତା ସହଯୋଗୀଙ୍କ। ଏବେ କଂଗ୍ରେସକୁ ଜଣେ ଅମିତ ଶାହା ଆବଶ୍ୟକ। ପିଡିପି ସ୍ଥିତି ଏତେ ଖରାପ ହେବ ବୋଲି ଆଶା କରିନଥିଲେ।

error: Thank You Keep Visiting