ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି,କହିଲେ ଏହା ଭାରତର ବିଜୟ

Straight to the Point

ନୂଆଦିଲ୍ଲୀ/ଭୁବନେଶ୍ୱର: ଲୋକସଭା ଆସନ ଭୋଟ୍ ଗଣତି ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନଡିଏ ଆଗୁଆ ରହିଥିବାରୁ ଜିତିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ବିଜେପି ଚଳିତ ଥର ୩୦୦ରୁ ଅଧିକ ଆସନ ଜିତିବ ବୋଲି ଆକଳନ କରାଯାଉଥିବା ବେଳେ ଏହା ସତ ହେବାକୁ ଯାଉଛି । ଏହି ଆକଳନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ କହିଛନ୍ତି ଯେ ସବକା ସାଥ୍ , ସବକା ବିକାଶ ଓ ସବକା ବିକାଶ ମିଶି ଭାରତ ବିଜୟୀ ହୋଇଛି । ଏହା ଭାରତର ବିଜୟ । ଭାରତ ପୁଣିଥରେ ଜିତିଛି । ଆମେ ଏକାଠି ବଢିଲେ । ଆମେ ଏକାଠି ଯୋଜନା କଲେ । ଆମେ ଏକାଠି ଏକ ଶକ୍ତିଶାଳୀ ଭାରତ ଗଠନ କଲେ । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଦେଶବାସୀଙ୍କୁ ଏହି ସଫଳତା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହି ବିଜୟ ଦେଶବାସୀଙ୍କ ବିଜୟ । ଏହି ବିଜୟ ଦେଶର ଗରିବ, ଯୁବକ ଓ କୃଷକଙ୍କ ବିଜୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ରହିଥିବା ବିଶ୍ୱାସର ବିଜୟ ହୋଇଛି । ମୁଁ ମୋଦିଙ୍କୁ ବିଜେପି କର୍ମୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଉଛି ବୋଲି ଶ୍ରୀ ଶାହ କହିଛନ୍ତି ।

error: Thank You Keep Visiting