ଆସନ୍ତାକାଲି କ୍ରମାଗତ ଦ୍ୱିତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ

Straight to the Point

ନୂଆଦିଲ୍ଲୀ : କ୍ରମାଗତ ଦ୍ୱିତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ଲାଗି ସମସ୍ତ ବିମଷ୍ଟିକ୍ ଦେଶଗୁଡ଼ିକର ନେତାମାନେ ରାଜି ହୋଇଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଅବଦୁଲ୍‍ ହମିଦ୍‍, ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା, ମ୍ୟାଁମାର ରାଷ୍ଟ୍ରପତି ୟୁ ୱିନ୍‍ ମିଣ୍ଟ, ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, ଭୁଟାନ୍‍ ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ଶେରିଙ୍ଗ୍‍ ଓ ଥାଇଲ୍ୟାଣ୍ଡର ସ୍ୱତନ୍ତ୍ର ଦୂତ ଗ୍ରୀସାଦା ବୁନ୍‍ରାଚ୍‍ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ମରିସସ୍‍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ୍‍ କୁମାର ଜଗନ୍ନାଥ ଓ କିରଗୀଜ୍‍ ସାଧାରଣତନ୍ତ୍ର ରାଷ୍ଟ୍ରପତି ସୁରନ୍‍ବେ ଜିନ୍‍ବେକବ ମଧ୍ୟ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି।

error: Thank You Keep Visiting