କେନ୍ଦ୍ର ମନ୍ତ୍ରି ମଣ୍ଡଳରେ ଓଡିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ

Straight to the Point

ନୂଆଦିଲ୍ଲୀ,/ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରି ମଣ୍ଡଳରେ ସ୍ଥାନ ପାଇଛନ୍ତି ୨ ଓଡିଆ । ଗୁରୁବାର ସଂଧ୍ୟାରେ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଧର୍ମେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ପ୍ରତାପ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଉଭୟେ ହିନ୍ଦୀ ଭାଷାରେ ଶପଥପାଠ କରିଥିଲେ । ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ପୂର୍ବବର୍ତୀ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ନୂତନ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି । ଅପରପକ୍ଷରେ ପ୍ରଥମ ଥର ବାଲେଶ୍ୱର ଆସନରୁ ସାଂସଦ ହୋଇଥିବା ପ୍ରତାପ ଷଡଙ୍ଗୀ ପ୍ରଥମ ଥରରେ କେନ୍ଦ୍ର ମନ୍ତ୍ରି ମଣ୍ଡଳରେ ସ୍ଥାନ ପାଇଛନ୍ତି ।

error: Thank You Keep Visiting