ଶପଥ ଗ୍ରହଣ ଉତ୍ସବ ପାଇଁ ନିମନ୍ତ୍ରଣ ପାଇନାହାନ୍ତି ମୋଦିଙ୍କ ପରିବାର

Straight to the Point

ନୂଆଦିଲ୍ଲୀ: ଗୁରୁବାର ସଂଧ୍ୟା ୭ଟାରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ଦେଶ ବିଦେଶରୁ ୬୦୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ନିଜ ଶପଥ ଗ୍ରହଣ ସମାରୋହକୁ ମୋଦି ନିଜ ପରିବାର ଲୋକଙ୍କୁ ନିମନ୍ତ୍ରିତ କରିନାହାନ୍ତିା
ପ୍ରଧାନମନ୍ତ୍ରୀଙ୍କ ଉଉଣୀ ବସନ୍ତୀବେନ୍ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୨୦୧୪ରେ ଯେତେବେଳେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେଇଥିଲେ, ସେତେବେଳେ ମଧ୍ୟ ତାଙ୍କ ପରିବାରରୁ କେହି ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇନଥିଲେ । ଅତି ସାଧାରଣ ପରିବାରର ଜଣେ ପୁଅ ଆଗକୁ ବଢୁଛି, ଜନତା ମୋଦିଙ୍କ ସାଥ୍ ଦେଇଛନ୍ତି । ମୋଦିଙ୍କ ଜୀବନ ଦେଶ ପାଇଁ ସମର୍ପିତ ଥିବା ମୋଦିଙ୍କ ଭଉଣୀ କହିଛନ୍ତି ।

error: Thank You Keep Visiting