ଦ୍ବିତୀୟ ପାଳି ଦାୟିତ୍ଵ ଗ୍ରହଣ କରିବା ପରେ ମୋଦୀଙ୍କ କେରଳ ଗସ୍ତ

An Independent Media

ଥ୍ରୀସୁର: ଦ୍ବିତୀୟ ପାଳି ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କେରଳ ଗସ୍ତ କରିଛନ୍ତି। ଏହି ଅବସରରେ ଶନିବାର ସକାଳେ ମୋଦୀ କେରଳର ଅନ୍ୟତମ ପ୍ରସିଦ୍ଧ ଗୁରୁଭାୟୁରରେ ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ଗସ୍ତ ପାଇଁ ମୋଦୀ ସ୍ବତନ୍ତ୍ର ଭାବେ କେରଳର ପାରମ୍ପରିକ ମୁଣ୍ଡୁ ବସ୍ତ୍ର ପରିଧାନ କରି କୋଚିଠାରୁ ଏକ ହେଲିକପ୍ଟରରେ ବାହାରି ଗୁରୁଭାୟୁରରେ ପହଞ୍ଚିଥିଲେ। ମୋଦୀ ସେଠାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ମୋଦୀ ମୋଦୀ ସ୍ଳୋଗାନ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ପରେ ମନ୍ଦିରରେ ମୋଦୀ ପଦ୍ମ ଫୁଲ ସହିତ ତରାଜୁରେ ଓଜନ ହୋଇଥିଲେ। ଏହି ରୀତିନୀତି ପାଇଁ ମନ୍ଦିର ପକ୍ଷରୁ ତାମିଲନାଡୁର ନଗରକଏଲରୁ ୧୧୨ କିଲୋଗ୍ରାମ ପଦ୍ମଫୁଲ ଅଣାଯାଇଥିଲା। ପୂଜାର୍ଚ୍ଚନା ପରେ ମୋଦୀ ମନ୍ଦିର ଅଧିକାରୀଙ୍କୁ ଭେଟିଥିଲେ। ଅଧିକାରୀମାନେ ମନ୍ଦିରର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। ତେବେ ସବୁଠୁ ମଜାଦାର କଥା ହେଲା ପୂଜାର୍ଚ୍ଚନା ପରେ ପାରମ୍ପରିକ ସହ ପ୍ରଯୁକ୍ତିବିଦ୍ୟାର ମିଳନ ଦେଖିବାକୁ ମିଳିଥିଲା। ଅର୍ଥାତ ମୋଦୀ ପୂଜାର୍ଚ୍ଚନା ପାଇଁ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ଦକ୍ଷିଣା ଦେଇଥିଲେ। ଏ ବାବଦରେ ସେ ୩୯ ହଜାର ୪୨୧ ଟଙ୍କା ପ୍ରଦାନ କରିଥିଲେ।

error: Thank You Keep Visiting