ମନ୍ତ୍ରିପଦ ଦାୟିତ୍ଵ​‌ ନେବାକୁ ମନାକଲେ ସିଦ୍ଧୁ

An Independent Media

ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସରେ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ବରିଷ୍ଠ ନେତା ନଭଜୋତ ସିଂହ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ମଧ୍ୟରେ ସିଦ୍ଧୁ ମନ୍ତ୍ରିପଦ ଦାୟିତ୍ଵ ନେବାକୁ ମନା କରିଦେଇଛନ୍ତି। ବିବାଦକୁ ନେଇ ବର୍ତ୍ତମାନ ସିଦ୍ଧୁ ଦଳର ହାଇକମାଣ୍ଡଙ୍କୁ ଭେଟିବା ଲାଗି ଦିଲ୍ଲୀ ଆସିଥିବା ଜଣାପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ କେରଳ ଗସ୍ତରେ ଥିବାବେଳେ ସେ ଦିଲ୍ଲୀରେ କାହାକୁ ଭେଟିବେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ସେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିପାରନ୍ତି ବୋଲି ସୂଚନା ମିଳିଛି। ଗତ ଗୁରୁବାର ସିଦ୍ଧୁଙ୍କଠାରୁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ କାଢ଼ି ନିଆଯାଇ ଶକ୍ତି ବିଭାଗର ଦାୟିତ୍ଵ ଦିଆଯାଇଥିଲା। ଶୁକ୍ରବାର ସିଦ୍ଧୁ ରାଜ୍ୟ ଶକ୍ତି ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦାୟିତ୍ଵ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିଲା। ତେଣୁ ଅଧିକାରୀମାନେ ତାଙ୍କୁ କାର୍ଯ୍ୟାଳୟରେ ଅପେକ୍ଷା କରି ରହିଥିଲେ। କିନ୍ତୁ ସିଦ୍ଧୁ କାର୍ଯ୍ୟାଳୟକୁ ନ ଆସି ଦିଲ୍ଲୀ ବାହାରି ଆସିଥିଲେ। ଏହାକୁ ନେଇ ସିଦ୍ଧୁ ଅସନ୍ତୁଷ୍ଟ ଥିଲେ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ କଡ଼ା ସମାଲୋଚନା କରିଥିଲେ।

error: Thank You Keep Visiting