ବହୁ କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଇଡିରେ ହାଜର ହେଲେ ପ୍ରଫୁଲ୍ଲ ପଟେଲ
ନୂଆଦିଲ୍ଲୀ : ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ତଥା ନ୍ୟାସନାଲିଷ୍ଟ କଂଗ୍ରସ ପାର୍ଟି(ଏନସିପି) ନେତା ପ୍ରଫୁଲ୍ଲ ପଟେଲ ବହୁ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ସଂକ୍ରାନ୍ତରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି। କଳାଧନ ବୈଧ ନିବାରଣ ଆଇନ ଲଙ୍ଘନ ସହ ଏହି ଦୁର୍ନୀତି ଯୋଗୁଁ ଏୟାର ଇଣ୍ଡିଆକୁ ବିପୁଳ ପରିମାଣର କ୍ଷତି ସହିବାକୁ ପଡ଼ିଥିଲା।