ପଲିଥିନ ମୁକ୍ତ ହେବ ୟୁପି

Straight to the Point

ଲକ୍ଷ୍ନୌ : ମହାରାଷ୍ଟ୍ର ପରେ ଉତ୍ତରପ୍ରଦେଶ ସରକାର ପଲିଥିନ୍‍ ବ୍ୟବହାରକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୧୫ରୁ ଉତ୍ତରପ୍ରଦେଶରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଘୋଷଣା କରିଛନ୍ତି। ପଲିଥିନ, ଥର୍ମୋକୁଲ ଓ ପ୍ଲାଷ୍ଟିକ୍‍ ପ୍ରଦୂଷଣର ବାହାକ ହୋଇଛନ୍ତି। ପଚନଶୀଳ ହୋଇନଥିବାରୁ ପଲିଥିନ୍‍ ବର୍ଜ୍ୟରେ ନାଳ, ନର୍ଦ୍ଦମା ପୂରି ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ମଙ୍ଗଳବାର କାନପୁରସ୍ଥିତ ଗଣେଶ ଶଙ୍କର ବିଦ୍ୟାର୍ଥୀ ବିମାନ ବନ୍ଦରରୁ ଦିଲ୍ଳୀ ଅଭିମୁଖେ ସ୍ପାଇସ ଜେଟ ବିମାନ ଉଡାଣକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାରେ ଯୋଗୀ କହିଥିଲେ ଯେ ଦେଶର ବଡ଼ ଶିଳ୍ପ ସହର ଭାବେ କାନପୁର ପରିଚିତ। ହେଲେ କାନପୁର ବିମାନ ଯାତାୟତ କ୍ଷେତ୍ରରେ ପଛରେ ଥିଲା। ଏଠାରେ ବିମାନ ସେବା ଆରମ୍ଭ କରିବାର ଆବଶ୍ୟକ ହୋଇପଡିଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏବଂ ସ୍ପାଇସ ଜେଟ ମୁଖ୍ୟ ପରିଚାଳନା ନିର୍ଦେଶକ ଅଜୟ ସିଂହ ବେଙ୍ଗାଲୁରୁ, ମୁମ୍ବଇ, ଚେନ୍ନଇ ସମେତ ଦେଶର ମହତ୍ୱପୂର୍ଣ୍ଣ ସହର ସହ ବିମାନ ସେବା ଆରମ୍ଭ କରିବାର ଆଶ୍ୱାସନା ଦେଇଛନ୍ତି। ଏହି ଅବସରରେ ସେ ଉତ୍ତରପ୍ରଦେଶରେ ପଲିଥିନ୍‍ ବ୍ୟବହାର ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିବା କହିଥିଲେ। ଜୁଲାଇ ୧୫ରେ ଆଇନଗତ ଭାବେ ପଲିଥିନ୍‍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ସେ କହିଥିଲେ।

error: Thank You Keep Visiting