ବେଆଇନ ଅର୍ଥ କାରବାର ଅଭିଯୋଗରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଗିରଫ

An Independent Media

ଇସଲାମାବାଦ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀଙ୍କୁ ସୋମବାର ବେଆଇନ ଅର୍ଥ କାରବାର ଅଭିଯୋଗରେ ଗିରଫ କରାଯାଇଛି। ଇସଲାମାବାଦ ହାଇକୋର୍ଟ ପୂର୍ବରୁ ତାଙ୍କ ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଇସଲାମାବାଦସ୍ଥିତ ବାସଭବନରୁ ତାଙ୍କୁ ପୁଲିସ୍‍ ସୋମବାର ଅପରାହ୍ଣରେ ଗିରଫ କରିଛି।
ଜର୍ଦାରୀଙ୍କ କମ୍ପାନୀ ନାମରେ ୩ କୋଟି ଟଙ୍କାର ଦୁର୍ନୀତି ମାମଲା ରହିଛି। ରବିବାର ପାକିସ୍ତାନର ଏନ୍‍ଏ ବ୍ୟୁରୋ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲା। ଅଭିଯୋଗ ରହିଛି ଯେ ଜର୍ଦାରୀ ଜାଲ ବ୍ୟାଙ୍କ ଆକାଉଣ୍ଟ ଜରିଆରେ କୋଟି କୋଟି ଟଙ୍କା ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ଏହି ମାମଲାରେ ତାଙ୍କ ଭଉଣୀ ମଧ୍ୟ ଅଭିଯୁକ୍ତ ଅଛନ୍ତି।

error: Thank You Keep Visiting