କଲରାଜ ମିଶ୍ର ହେଲେ ହିମାଚଳ ପ୍ରଦେଶ ରାଜ୍ୟପାଳ

An Independent Media

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା କଲରାଜ ମିଶ୍ରଙ୍କୁ ଆଜି ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେହିପରି ହିମାଚଳ ପ୍ରଦେଶର ରାଜ୍ୟପାଳ ଥିବା ଆଚର୍ଯ୍ୟ ଦେବବ୍ରତଙ୍କୁ ଗୁଜରାଟ ରାଜ୍ୟପାଳ ଭାବେ ବଦଳି କରାଯାଇଛି । ଗୁଜରାଟର ରାଜ୍ୟପାଳ ଥିବା ଓମ ପ୍ରକାଶ କୋହଲିଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଥିବାରୁ ଏହି ନିଯୁକ୍ତି ଦିଆଯାଇଛି।
କଲରାଜ ମିଶ୍ର ପ୍ରଥମ ମୋଦି ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ । ୨୦୧୭ରେ ଇସ୍ତଫା ତାଙ୍କୁ ଦେବାକୁ ପଡ଼ିଥିଲା । ଉତର ପ୍ରଦେଶର ଏହି ନେତା ଚଳିତ ଥର ନିର୍ବାଚନ ଲଢି ନଥିଲେ ।

error: Thank You Keep Visiting