ଆରମ୍ଭ ହେବ ସମ୍ପତ୍ତି ବାଜ୍ୟାପ୍ତ ପ୍ରକ୍ରିୟା : ବ୍ରିଟେନ୍‍ ହାଇକୋର୍ଟ

Straight to the Point

ଲଣ୍ଡନ : ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୦୦୦କୋଟି ଟଙ୍କା ଋଣ ଠକି ଲଣ୍ଡନ ପଳାଇ ଯାଇଥିବା ବିଶିଷ୍ଟ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ ଅଦାଲତ ଗୋଟିଏ ପରେ ଗୋଟିଏ ଝଟକା ଦେଇ ଚାଲିଛନ୍ତି। ମାଲ୍ୟାଙ୍କ ବିରୋଧରେ ଚାଲିଥିବା ଠକେଇ ଓ ବେଆଇନ ଅର୍ଥ କାରବାର ମାମଲାରେ ବ୍ରିଟେନର ଉଚ୍ଚ ନ୍ୟାୟାଳୟ ୧୩ ଭାରତୀୟ ବ୍ୟାଙ୍କଙ୍କ ଅନୁକୂଳ ପ୍ରବର୍ତ୍ତନ ନିର୍ଦେଶ ଜାରି କରିଛନ୍ତି। ମାଲ୍ୟାଙ୍କ ଠାରୁ ଋଣ ଅର୍ଥ ଆଦାୟ ପାଇଁ ବ୍ରିଟେନ୍‍ ହାଇକୋର୍ଟ ବ୍ରିଟେନରେ ଥିବା ତାଙ୍କ ସମ୍ପତ୍ତିକୁ ବ୍ୟାଜ୍ୟାପ୍ତ ଲାଗି ପୂର୍ବରୁ ନିର୍ଦେଶ ଦେଇଥିଲା। ତେଣୁ ଏ କ୍ରମରେ ବ୍ରିଟେନ୍‍ ଉଚ୍ଚ ନ୍ୟାୟାଳୟ ଏହି ନିର୍ଦେଶରେ ୬୨ ବର୍ଷିୟ ମଦ ବ୍ୟବସାୟୀ ମାଲ୍ୟାଙ୍କ ଲଣ୍ଡନ ନିକଟ ହାର୍ଟଫୋର୍ଡସିରେ ସ୍ଥିତ ସମ୍ପତ୍ତି, ଲାଡିୱାକ୍‍ ଏବଂ ବ୍ରାମ୍ବଲେ ଲଜରେ ପ୍ରବେଶ କରି ଯାଞ୍ଚ କରିବାକୁ ପ୍ରବର୍ତ୍ତନ ଅଧିକାରୀଙ୍କୁ ଅନୁମତି ଦେଇଛନ୍ତି। ଏହାଦ୍ୱାରା ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇ ବାଜ୍ୟାପ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ ବୋଲି ଆଶା କରାଯାଉଛି।
ପ୍ରକାଶ ଯେ ମାଲ୍ୟାଙ୍କ ଠାରୁ ୧୦ହଜାର କୋଟି ଟଙ୍କା ଋଣ ଆଦାୟ ପାଇଁ ଭାରତର ବିଭିନ୍ନ ବ୍ୟାଙ୍କ ମାମଲା ରୁଜୁ କରିଥିଲେ। ଆଇଡିବିଆଇ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କମାନେ ଏହି ମାମଲା ରୁଜୁ କରିଥିଲେ। ମାଲ୍ୟା ତାଙ୍କର କିଙ୍ଗଫିସର ଏୟାର ଲାଇନ୍ସ ପାଇଁ ନେଇଥିବା ୧୪୦କୋଟି ଡଲାର ଋଣକୁ ଉଦ୍ଦେଶ୍ୟମୂଳକ ଭାବେ ପରିଶୋଧ ନ କରି ବୁଡାଇ ଦେଇଥିଲେ।

error: Thank You Keep Visiting