ବିଏମସି ହସ୍ପିଟାଲ୍ ସମସ୍ୟା ନେଇ ଉଚ୍ଚସ୍ତରୀୟ ବୈଠକ

An Independent Media

ଭୁବନେଶ୍ୱର: ଭୁବନେଶ୍ୱରର ଅନ୍ୟତମ ପୁରାତନ ସ୍ୱାସ୍ଥ୍ୟାନୁଷ୍ଠାନ ବିଏମ୍ସି ହସ୍ପିଟାଲ୍ (ଭୁବନେଶ୍ୱର ମହାନଗର ନିଗମ ହସ୍ପିଟାଲ୍)ର ବିଭିନ୍ନ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ପୂର୍ବାହ୍ନରେ ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ସହ ଆଲୋଚନା କରି ବିଏମ୍ସି ହସ୍ପିଟାଲ୍ର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ ।

ତୁରନ୍ତ ଏହି ସ୍ୱାସ୍ଥ୍ୟାନୁଷ୍ଠାନର ପରି·ଳନା ଦାୟିତ୍ୱ ନଗର ଉନ୍ନୟନ ବିଭାଗ ଅଧୀନରୁ କାଢ଼ି ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଗୁରୁତ୍ୱାରୋପ କରିଥିଲେ ।

ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇଥିବା ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତର) ବିଧାୟକ ଶ୍ରୀ ସୁଶାନ୍ତ ରାଉତ ବିଏମ୍ସି ହସ୍ପିଟାଲର ସମସ୍ୟା ବାବଦରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବିଏମ୍ସି ହସ୍ପିଟାଲର ବହିର୍ବିଭାଗକୁ ଦୈନିକ ହଜାରେରୁ ଊଦ୍ଧ୍ୱର୍ ରୋଗୀ ଆସୁଥିବାବେଳେ ବିଶେଷ କରି ଡାକ୍ତର ଅଭାବ ହେତୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆସିଷ୍ଟାଂଟ ସର୍ଜନ, ଶଲ୍ୟ ଚିକିତ୍ସା ବିଶେଷଜ୍ଞ, ନିଶ୍ଚେତକ ବିଶେଷଜ୍ଞ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ନଥିବାରୁ ଗୁରୁତର ଅବସ୍ଥା ଦେଖାଦେଇଛି । ଅସ୍ତ୍ରୋପ·ର କକ୍ଷ ନିମନ୍ତେ ଆବଶ୍ୟକ ଆସବାବପତ୍ର, ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୈଠକରେ ଦାବି ପ୍ରକାଶ ପାଇଥିଲା ।

ମନ୍ତ୍ରୀ ଶ୍ରୀ ପଣ୍ଡା ବିଏମ୍ସି ହସ୍ପିଟାଲର ପରି·ଳନା ଦାୟିତ୍ୱ ନଗର ଉନ୍ନୟନ ବିଭାଗରୁ କାଢ଼ି ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରାଗଲେ ଏହି ସ୍ୱାସ୍ଥ୍ୟାନୁଷ୍ଠାନର ପ୍ରତ୍ୟକ୍ଷ ପରି·ଳନା ସହଜ ହେବା ସହିତ କ୍ୟାପିଟାଲ୍ ହସ୍ପିଟାଲ୍ ଉପରେ ପଡ଼ୁଥିବା ଭାର ଲାଘବ ହୋଇପାରିବ ବୋଲି ପ୍ରକାଶକରିଥିଲେ । ଭୁବନେଶ୍ୱର ମହାନଗର ଅଂଚଳରେ ରହିଥିବା ୨୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ତିନୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଂପର୍କରେ ମଧ୍ୟ ମନ୍ତ୍ରୀ ମତାମତ ଦେଇଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହିତ ଆନୁଷଙ୍ଗିକ ସମସ୍ୟାଗୁଡ଼ିକ ଦୂର କରିବା ଦିଗରେ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ଉପସ୍ଥିତ ସ୍ୱାସ୍ଥ୍ୟ ବିଭାଗୀୟ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ ଓ ବିଏମ୍ସି ହସ୍ପିଟାଲ୍ ମୁଖ୍ୟ ଚିକିତ୍ସାଧିକାରୀ ଡ. ଗଣେଶ ପ୍ରସାଦ ଦାସ ସ୍ୱାସ୍ଥ୍ୟାନୁଷ୍ଠାନର ବିଭିନ୍ନ ସମସ୍ୟା ଏବଂ ଏହାର ସରକାରୀକରଣ ଉପରେ ମତାମତ ରଖିଥିଲେ । ବୈଠକରେ ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ପ୍ରମୋଦ ମହାପାତ୍ର, ବିରଂଚି ନାରାୟଣ ମହାସୂପକାର, ସୁଜିତ ସ୍ୱାଇଁଙ୍କ ସମେତ ଆଡ୍ଭୋକେଟ୍ ଡ. ସୁରେଶ ବାରିକ ଉପସ୍ଥିତ ରହି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବିଏମ୍ସି ହସ୍ପିଟାଲ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ ।

error: Thank You Keep Visiting