ପିଲା ମୃତ୍ୟୁକୁ ନେଇ ଉତ୍ତେଜନା

Straight to the Point

ନୟାଗଡ଼ :- ପିଲା ମୃତ୍ୟୁକୁ ନେଇ ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିବାରୁ ପୋଲିସ ଲାଠି ମାଡ କରିଥିବା ଅଭିଯୋଗ ହୋଇଛି। ଫଳରେ ଆନ୍ଦୋଳକାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ସୁରକ୍ଷା ଦୃଷ୍ଟିରୁ ସେଠାରେ ପୋଲିସ ମୁତୟନ ହୋଇଛନ୍ତି । ନୂଆଗାଁ ବ୍ଲକ୍ ଗୋଳଗୋଳା ଗାଁର ଏକ ୮ ମାସର ଶିଶୁ ଖେଳୁଥିବା ବେଳେ ବୋତଲ ଠିପି ଗିଳି ଦେଇଥିଲା। ପରିବାର ଲୋକେ ତାକୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଏହି ସମୟରେ ଶିଶୁ ବିଶେଷଜ୍ଞ ନଥିବାରୁ ପିଲାକୁ ସାଧାରଣ ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ଘଟିଥିଲା। ଶିଶୁ ଡାକ୍ତର ନଥିବା କାରଣରୁ ପିଲାଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଧୀରେ ଧୀରେ ଉତ୍ତେଜନା ଉଗ୍ରରୂପ ଧାରଣ କରିଥିଲା।

error: Thank You Keep Visiting