ପ୍ରେମିକା ପାଇଁ ଭିକାରୀ ସାଜିବାକୁ ପଛାଇ ନାହାନ୍ତି ସୁଶାନ୍ତ
ସମ୍ବଲପୁରରେ ଜଣେ ଯୁବକ ନିଜ ପ୍ରେମିକା ପାଇଁ ଭିକାରୀ ସାଜିବାକୁ ପଛାଇ ନାହାନ୍ତି। ଘଟଣାଟି ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି। ସମ୍ପୃକ୍ତ ଯୁବକ ଜଣକଙ୍କ ଯେତେବେଳେ ମା’ ସମଲେଶ୍ୱରୀ ମନ୍ଦିର ଆଗରେ ବସି ଭିକ ମାଗିଲେ ସେତେବେଳେ ଘଟଣା ସମ୍ପର୍କରେ ଜଣାପଡ଼ିଲା। ଯୁବକ ଜଣକ ଭିକ ମାଗୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯୁବକ ଜଣକ ହେଉଛନ୍ତି ବୁର୍ଲାର ବାସିନ୍ଦା ସୁଶାନ୍ତ।
ସୁଶାନ୍ତ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ଆଗରେ ବସି ଭିକ ମାଗୁଛନ୍ତି। ଏହି ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ ଲାଗି ଆସିଥାନ୍ତି। କୁହାଯାଏ ଏଠାରେ ବସିଥିବା ଭିକାରୀମାନଙ୍କୁ ଅଧିକ ଭିକ୍ଷା ମିଳିଥାଏ। ତେଣୁ ସୁଶାନ୍ତ ମଧ୍ୟ ଏଠାରେ ଅଧିକ ଟଙ୍କା ପାଇବା ଆଶାରେ ଭିକ ମାଗୁଛନ୍ତି।
ଭିଡିଓରେ ସୁଶାନ୍ତ କହୁଛନ୍ତି ଯେ, ତାଙ୍କ ପ୍ରେମିକା ପ୍ରତିଦିନ ଭିନ୍ନ ଭିନ୍ନ ଜିନିଷ ଖାଇବାକୁ ଜିଦ୍ କରୁଛନ୍ତି। ତେଣୁ ତାଙ୍କର ସବୁ ଟଙ୍କା ଖର୍ଚ୍ଚ ହେଇଯାଉଛି। ସୁଶାନ୍ତ କହିଛନ୍ତି ଯେ, ପ୍ରେମିକା ପିଜା ଓ ବରଗର୍ ଖାଇବା ଜିଦ୍କୁ ପୂରା କରିବା ପାଇଁ ସେ ଭିକାରୀ ସାଜିଛନ୍ତି।