ସିବିଆଇ ବିଜେପି ଇଙ୍ଗିତରେ କାମ କରୁଛି:ସାଂସଦ ରାମ ଚନ୍ଦ୍ର ହାଁସଦା

Straight to the Point

ଭୁବନେଶ୍ୱର:୪ ବର୍ଷ ଝାରପଡ଼ା ଜେଲରେ ରହିବା ପରେ ବିଜେଡ଼ିର ନିଲମ୍ବିତ ଏମ.ପି. ରାମଚନ୍ଦ୍ର ହାଁସଦା ଜେଲରୁ ମୁକୁଳିଛନ୍ତି । ଗତ ୩ ତାରିଖରେ ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ ମିଳିଥିଲା । ନବଦିଗନ୍ତ ଚିଟଫଣ୍ଡ ମାମଲାରେ ସେ ସି.ବି.ଆଇ ଦ୍ୱାରା ୨୦୧୪ ନଭେମ୍ବର ୧୪ରେ ଗିରଫ ହୋଇ ଜେଲରେ ଥିଲେ । ସିବିଆଇ ବିଜେପି ସରକାର ଇଙ୍ଗିତରେ କାମ କରୁଛି ବୋଲି ଜେଲରୁ ମୁକୁଳିବା ପରେ ସାଂସଦ ରାମ ଚନ୍ଦ୍ର ହାଁସଦା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ନବଦିଗନ୍ତ ଚିଟଫଣ୍ଡ ଲିଙ୍କ୍ରେ ସେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ । ସିବିଆଇ ତାଙ୍କୁ ଗିରଫ କରିବା ତାଙ୍କ ପ୍ରତି ଅନ୍ୟାୟ ହୋଇଛି । ତାଙ୍କର ଟଙ୍କା ମଧ୍ୟ ଚିଟଫଣ୍ଡରେ ଲାଗିଥିଲା । ବିରୋଧୀ ଦଳକୁ ଦବାଇ ରଖିବା ପାଇଁ ବିଜେପି ସରକାର ସିବିଆଇକୁ ବ୍ୟବହାର କରୁଛି ବୋଲି ସେ କହିଛନ୍ତି ।

error: Thank You Keep Visiting