ବଜ୍ରାଘାତରେ ଜଣେ ମୃତ, ୨ ଗୁରୁତର

Straight to the Point

ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ରଇପୁର ଗ୍ରାମରେ ବଜୟପାତ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଳିଦାସପୁର ଓ ତିହିଡି ବ୍ଳକ ଅନ୍ତର୍ଗତ ଉପର ଦୁମୁକା ଗ୍ରାମରେ ପୃଥକ ପୃଥକ ବଜ୍ରାପତ ଯୋଗୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ଅପରାହ୍ନରେ ବର୍ଷା ସହିତ ବଜ୍ରପାତ ହେବାରୁ ବିଲରେ କାମ କରୁଥିବା ଧୁଷୁରୀ ଥାନା ଅନ୍ତର୍ଗତ ରଇପୁର ଗ୍ରାମର ଯୁଧିଷ୍ଠିର ନାୟକ ଗୁରୁତର ଆହତ ହେବାରୁ ତାଙ୍କୁ ପ୍ରଥମେ ଧୁଷୁରୀ ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଉଥିବା ବେଳେ ତାଙ୍କର ରାସ୍ତାରେ ମୃତ୍ୟୁ ଘଟିଛି । ସେହିପରି ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଳିଦାସପୁର ଗ୍ରାମର ଅକ୍ଷୟ ସେଠୀ ଓ ତିହିଡି ବ୍ଳକର ଉପରଦୁମୁକା ଗ୍ରାମର ସୁକାନ୍ତୀ ବାରିକ ମଧ୍ୟ ବଜ୍ରାଘାତରେ ଆହତ ହୋଇଛନ୍ତି । ଉଭୟ ଏବେ ଭଦ୍ରକ ମେଡିକାଲରେ ଗୁରୁତର ଭାବେ ଚିକିତ୍ସାଧିନ ଅଛନ୍ତି ।

error: Thank You Keep Visiting