୭ବର୍ଷରେ ୧୪୪୦ ଦୁର୍ଘଟଣା; ୬୩୨ ମୃତ

Straight to the Point

କାମ ଦେଉନି ସଚେତନତା!

ଭଦ୍ରକ: ସଚେତନତା ଅଭାବ ହେଉ କିମ୍ଭା ବେପରୁଆ ଗାଡ଼ି ଚାଳନା ଦୁର୍ଘଟଣା କମିବାର ନା ଧରୁନାର୍ହି । ପ୍ରତି ବର୍ଷ ସଡ଼କ ଦୁର୍ଘଟଣା ଯୋଗୁଁ ଶହ ଶହ ଲୋକଙ୍କ ଜୀବନ ଯାଉଛି । ଅନେକ ଲୋକ ଏହି ଦୁର୍ଘଟଣାର ସିକାର ହୋଇ ଏକ ପ୍ରକାର ଅର୍କମଣ୍ୟ ହୋଇପଡ଼ୁଛନ୍ତି । ମାତ୍ର ଦୁର୍ଘଟଣା କମିବାର ନା ନେଉନାହିଁ । ବେପରୁଆ ଗାଡ଼ିଚାଳନା, ଟ୍ରାଫିକ ନିୟମ ଅବମାନନା ସହ ମଦ୍ୟ ପାନ କରି ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟାଣା ବଢ଼ୁଥିବା କୁହାଯାଉଛି । ମଟର ସାଇକେଲ ଚଳାଉଥିଲା ବେଳେ ହେଲମେଣ୍ଟ ବାଧ୍ୟତା ମୁଳକ କରାଯାଇଥିଲା ବେଳେ ଭଦ୍ରକରେ ତାହା ଖୁଲମ ଖୁଲା ଅବମାନନା କରାଯାଉଛି । ବହୁ ସମୟରେ ଭଦ୍ରକରେ ଏବେ ହେଲ୍ମେଣ୍ଟ ଚେକିଙ୍ଗ କରାଯାଉଛି । ହେଲେ ଗାଡ଼ି ଚାଳକ ମାନେ ଗଳାବାଟ ଖୋଜି ପୁଲିସକୁ ଚକ୍ମା ଦେଇ ଚାଲିଯାଉଛନ୍ତି । ପୁଲିସ କେବଳ ଲୋକଦେଖାଣିଆ କେତେ ବେଳେ କେମିତି ହେଲମେଣ୍ଟ ଚେକିଙ୍ଗ କରୁଥିବାରୁ ଲୋକେ ତାହା ମାନୁ ହାନଥିବା କୁହାଯାଉଛି । ଭଦ୍ରକରେ ହେଲେମେଣ୍ଟ ପିନ୍ଧିଲେ ଗାଡ଼ିଚାଳକ ମାନଙ୍କୁ ଲଜ୍ୟା ଲାଗୁଥିବା କିଛି ଚାଳକ କହିଛନ୍ତି । କେବଳ ସେତିକି ନୁହଁ କେତେକ ମଟରସାଇକେଲ ଚାଳକ କୁହନ୍ତି ହେଲମେଷ୍ଟ ପିନ୍ଧିବା ଯୋଗୁଁ ସେମାନଙ୍କ ହେୟାର ଷ୍ଟାଇଲ ଖରାପ ହେଇଯାଉଛି । ଯାହାଫଳରେ ଲୋକେ ଭଦ୍ରକରେ ହେଲମେଣ୍ଟ ପିନ୍ଧୁ ନଥିବା କୁହାଯାଉଛି ।

ମିଳିଥିବା ସୁଚନାରୁ, ଭଦ୍ରକ ଜିଲ୍ଲାରେ ୨୦୧୨ ମସିହାରେ ୧୮୪ଟି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ମୋଟ୍ ୭୯ଜଣଙ୍କର ମୃତ୍ୟୁ ହୋଇଛି । ୨୦୧୩ ମସିହାରେ ଜିଲ୍ଲାରେ ମୋଟ ୨୧୫ଗୋଟି ଦୁର୍ଘଟଣା ହୋଇଥିଲା ବେଳେ ୧୦୦ଲୋକଙ୍କର ମୃତ୍ୟୁ ହୋଇଛି । ୨୦୧୪ମସିହାରେ ୨୧୪ଟି ଦୁର୍ଘଟଣା ହୋଇଥିଲା ବେଳେ ମୃତ୍ୟୁ ସଂଖ୍ୟା ୯୩, ଗୁରୁତ୍ତର ଆହାତ ୧୨୯ଜଣ ଏବଂ ୯୯ଜଣ ସାମାନ୍ୟ ଆହାତ ହୋଇଥିବା ଜଣାଯାଇଛି । ସେହିପରି ୨୦୧୫ ମସିହାରେ ଜିଲ୍ଲାରେ ୨୭୩ଟି ଦୁର୍ଘଟଣା ଘଟି ୧୦୯ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୩୦୪ଜଣ ଆହତ ହୋଇଛନ୍ତି । ୨୦୧୬ମସିହାରେ ୨୫୩ଗୋଟି ଦୁର୍ଘଟଣା ଘଟି ୧୧୪ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨୪୩ଜଣ ଆହାତ ହୋଇଛନ୍ତି । ୨୦୧୭ମସିହାରେ ୨୩୭ଟି ସଡ଼କ ଦୁର୍ଘଟଣା ଘଟି ସେଥିରେ ୧୦୬ଜଣ ମୃତ୍ୟୁ ବରଣ କରିଥିଲା ବେଳେ ୨୩୧ଜଣ ଆହାତ ହୋଇଛନ୍ତି ।

ସେହିଭଳି ଚଳିତ ବର୍ଷ ୨୦୧୮ମସିହାରେ ତିନି ମସ ମଧ୍ୟରେ ୬୪ଟି ଦୁର୍ଘଟଣା ଘଟି ୩୧ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୮୨ଜଣ ଆହାତ ହୋଇଥିବା ଜଣାଯାଇଛି । ଭଦ୍ରକ ସହରେ ଏବେ ମଝିରେ ମଝିରେ ବିଭିନ୍ନ ଛକ ମାନଙ୍କରେ ମଟର ସାଇକେଲ ଚେକିଙ୍ଗ କରାଯାଉଛି । ସମସ୍ଥ କାଗଜପତ୍ର ଯାଞ୍ଚ ସାଙ୍ଗକୁ ସେମାନଙ୍କ ଠାରୁ ଫାଇନ ମଧ୍ୟ କଟାଯାଉଛି । ତେବେ ଏହି ଚେକିଙ୍ଗ ସମୟରେ ପାଖାପାଖି ୯୦ପ୍ରତିଶତ ମଟରସାଇକେଲ ଚାଳକ ହେଲମେଣ୍ଟ ପିନ୍ଧି ନଥିବା ପରିଲିକ୍ଷିତ ହେଉଛି । ପ୍ରତ୍ୟେକଦିନ ବନ୍ତଛକ, ଟାଉନହଲ ଛକ, ଶନି ମନ୍ଦିର ଛକ, ବାଇପାସ ଛକ ଏବଂ ଚରମ୍ପା ଅଞ୍ଚଳ ମାନଙ୍କରେ କେବଳ ହେଲମେଣ୍ଟ ଚେକିଙ୍ଗ କରାଯାନ୍ତା ତେବେ ଲୋକେ ବାଧ୍ୟ ହୋଇ ବାଇକ୍ ଧରିବା ମାତ୍ରେ ହେଲମେଣ୍ଟ କଥା ମନେ ପଡ଼ନ୍ତା, ଆଉ ଦୁର୍ଘଟଣାରେ ମୃତ୍ୟୁ ବରଣ ସଂଖ୍ୟ ମଧ୍ୟ କମିପାରନ୍ତା ବୋଲି କୁହାଯାଉଛି ।

error: Thank You Keep Visiting